ବାଇକ୍ ଡିକିରୁ ୬୫ ହଜାର ଚୋରି

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲ୍ଲା ଅତାବିରା ଥାନା ବ୍ଲକ ଛକ ନିକଟସ୍ଥ ସତ୍ୟ ନାରାୟଣ ଗହଣା ଦୋକାନ ସାମ୍ନାରୁ ପାଖାପାଖି ୧୨ଟା ସମୟରେ ସ୍ପଷ୍ଟ ଦିବା ଲୋକରେ ଚୋର ଡିକିରୁ ୬୫ ନେଇ କଲାକନା ବୁଲାଇ ଫେରାର ମାରିଥିବା ଜଣାପଡ଼ିଛି। ଦୋକାନରେ ଲାଗିଥିବା ସିସି କ୍ୟାମେରାରେ ଚୋର ଅତି ସହଜରେ ଚୋରୀ କରୁଥିବା ଜଣାପଡ଼ିଛି। ମିଳିଥିବା ସୂଚନା ମତେ ବୁଗ୍ ବୁଗା ପଞ୍ଚାୟତ ପତ୍ରାପାଲି ଜଗନ୍ନାଥ ମନ୍ଦିର ପୂଜକ ପାରେଶ୍ୱର କର ନିଜ ପୁଅ ସଙ୍ଗରେ ୧୨ଟା ସମୟରେ ଅତାବିରା ଭାରତୀୟ ଷ୍ଟେଟ୍ ବ୍ୟାଙ୍କରୁ ୬୫ହଜାର ଟଙ୍କା କାଢି ବ୍ଲକ ଛକ ନିକଟସ୍ଥ ସତ୍ୟ ନାରାୟଣ ଗହଣା ଦୋକାନକୁ ଏକ ନାଲି ରଙ୍ଗର ସୁପର ସ୍ପ୍ଲେଣ୍ଡର ଗାଡ଼ିରେ ୧୨ଟା ୦୬ ମିନିଟ ସମୟରେ ପହଞ୍ଚି ଥିଲେ। ଦୋକାନ ସାମ୍ନାରେ ଦୋକାନରୁ ମାତ୍ର ୨ମିଟର ଦୂରରେ ଗାଡ଼ି ରଖି ଗହଣା ଦୋକାନୀଙ୍କ ପାଖକୁ ଯିବା ସମୟରେ ଚୋର ଆସି ଡିକି ଖୋଲି ଅତି ସହଜରେ ହାତ ସଫା କରି ୬୫ହଜାର ଟଙ୍କା ଚୋରି କରି ନେଇଥିବା ଜଣାପଡିଛି।

ଏନେଇ ଅତାବିରା ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତାର ତନାଘନା ଆରମ୍ଭ କରିଛି। ତେବେ ନିଶାର ଗଡ ବରଗଡ଼ ଏବେ ଚୋର, ଡକାୟତମାନଙ୍କ ଗଡ ସାଜି ଅତାବିରାରେ ଚୋର, ଡକାୟତ, ଲୁଟେରାମାନଙ୍କ ଦୌରାତ୍ମ୍ ବୃଦ୍ଧି ପାଇ ନିତିଦିନିଆ ଭାବେ ନୂଆଁ ନୂଆଁ ଧରଣର ଘଟଣା ଘଟିବାରେ ଲାଗିଛି। ବେଳେ ବେଳେ ଚୋର, ଡକାୟତମାନଙ୍କ ପାଇଁ ଧନ ସହ ଲୋକଙ୍କ ଜୀବନ ମଧ୍ୟ ସୁରକ୍ଷିତ ରହୁନାହିଁ ବୋଲି ଲୋକେ ମତବ୍ୟକ୍ତ କରିଛନ୍ତି। ବିଗତ ଦିନରୁ ଅତାବିରା ଥାନା ଅଞ୍ଚଳରେ ଅବାଧରେ ବେନିୟମ ଭାବରେ ନିଶା କାର୍ ବାର୍ ସହ ସଟ୍ଟା, ଯାନିଯାତ୍ରାରେ ଖୁଲେ ଆମରେ ଘୂଡୁଘୁଡୁ ପଟ୍ଟି, ଚୋରି, ଡକାୟତି, ଲୁଟ୍ ମାର୍, ନିର୍ମମ ହତ୍ୟାକାଣ୍ଡ ସହ ବୋମା ବିସ୍ପୋରଣ ଘଟଣା ଘଟି ଲୋକଙ୍କ ଜୀବନକୁ ଥରାଇ ଦେଇଥିବା ନଜିର ରହିଥିବା ବେଳେ ଏବେ ବି ନୂଆଁ ନୂଆଁ ଘଟଣା ମାନ ନିତିଦିନିଆ ଘଟି ଚାଲିଥିଲେ ହେଁ ପୋଲିସ ତାର ଟେର୍ ପାଉନଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Comments are closed.