ରାସ୍ତା ଓ ଡ୍ରେନ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟିକା

ରେଙ୍ଗାଲିକେମ୍ପ: ଅତାବିରା ଏନଏସିର ୱାର୍ଡ ନଂ ୫, ୯, ୩ ଓ ୱାର୍ଡ ନଂ ୧ରେ ରାସ୍ତା ଓ ଡ୍ରେନ ନିର୍ମାଣ ପାଇଁ ଶନିବାର ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଶିଳାନ୍ୟାସ କରିଛନ୍ତି। ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୌର୍ଯ୍ୟ ରଞ୍ଜନ ମିଶ୍ର, ଏନଏସି ସଭାପତି ଟଙ୍କ ଦାଶ, ଯୁବ ବିଜେଡି ସଭାପତି ମଣ୍ଟୁ ପଣ୍ଡା, ସତ୍ୟ ମିଶ୍ର, କାଉନସିଲର ସନ୍ତୋଷିନି ମକାୱାନା, ପ୍ରକାଶ ପ୍ରଧାନ, ଦୁର୍ଯ୍ୟୋଧନ ସାହୁ, ରାଜେଶ୍ ଜେନା ଶୈଳେଶ ମୁଖାର୍ଜୀ, ସ୍ଵାଧୀନ ପ୍ରଧାନ, ବିନୋଦ ନାଏକଙ୍କ ସମେତ ଶତାଧିକ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ। ଏନଏସି ପାଣ୍ଠିରୁ ୱାର୍ଡ ନଂ୩ ପାଇଁ ବାର ଲକ୍ଷ ଟଙ୍କା, ୱାର୍ଡ ନଂ ୧ ପାଇଁ ୧୪ ଲକ୍ଷ, ୱାର୍ଡ ନଂ ୯ ପାଇଁ ୩ଲକ୍ଷ ଓ ୫ ନଂ ୱାର୍ଡ ପାଇଁ ୧୩ ଲକ୍ଷ ସମୁଦାୟ ୪୨ଲକ୍ଷ ଅନୁଦାନ ରାଶି ମଞ୍ଜୁର କରିବା ସହ କାମଗୁଡିକୁ ଶୀଘ୍ର ସମ୍ପୂର୍ଣ କରିବା ପାଇଁ ବିଧାୟିକା ନିର୍ଦ୍ଦେଶ ଦେଇଥିଲେ।

Comments are closed.