ଅତାବିରା ଏନ୍ଏସିର  ଉନ୍ନତିମୂଳକ କାର୍ଯ୍ୟର ଶିଳାନ୍ୟାସ କଲେ ବିଧାୟିକା

ରେଙ୍ଗାଳିକେମ୍ପ: ଦୀର୍ଘ ଦିନର ଅପେକ୍ଷା  ପରେ ଆଜି ଅତାବିରା  ଅଞ୍ଚଳର  ବିଭିନ୍ନ  ବିକାଶ ମୂଳକ କାମର ଶୁଭାରମ୍ଭ କରାଯାଇଛି।ପ୍ରାୟ ଦୁଇ ବର୍ଷ ଧରି  କରୋନ  ମହାମାରୀ  ଯୋଗୁଁ ସବୁ କିଛି କାମ ବନ୍ଦ ହୋଇ ପଡ଼ି ରହିଥିଲା।ଯାହା ଫଳରେ ଜଣ ସାଧାରଣଙ୍କ ମନରେ ଏକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି କରିଥିଲା  ଯେ ଅତାବିରା ଅଞ୍ଚଳରେ କୌଣସି ବିକାଶ ମୂଳକ କାମ କାହିଁକି କିଛି ହେଉନି। କରୋନାର  ସଂକ୍ରମଣର ଭୟାବହତା ଯାଇଛି ପରିମାଣରେ  ଆଜିର ସମୟରେ କିଛିଟା କମିଯାଇଛି।ଯେଉଁ ସବୁ କାମ ଗୁଡିକ ବନ୍ଦ ରହିଥିଲା ସେ ସବୁ କାମ ଗୁଡିକ ଆରମ୍ଭ ପାଇଁ ଆଜି ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସେଗୁଡ଼ିକର ଶିଳାନ୍ୟାସ କରିଛନ୍ତି। ଦଳୀୟ କର୍ମୀମାନଙ୍କୁ ସେ ଗୁଡ଼ିକର ଦାୟିତ୍ଵ ଦେଇ ଏହି ସବୁ ବିକାଶ ମୂଳକ କାର୍ଯ୍ୟ ଗୁଡିକ କରିବାର ପ୍ରୟାସ କରାଯାଉଛି।

 

ସେଥିପାଇଁ  ବିଧାୟିକା  ନିଜେ ସମସ୍ତ ଜନପ୍ରତିନିଧି ମାନଙ୍କୁ ଦାୟିତ୍ୱ ଦେଇଛନ୍ତି। ଅତାବିରା ୱାର୍ଡ ନମ୍ବର ଆଠ, ସାତ, ବାର ରେ ରାସ୍ତା କାମ ଓ ଦଶ ନମ୍ବର ୱାର୍ଡରେ ଏକ ଡ୍ରେନ କାମ ଏହିଭଳି ସମସ୍ତ ୱାର୍ଡ ମାନଙ୍କରେ ଉନ୍ନତିମୂଳକ କାର୍ଯ୍ୟ ମାନ ର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଏନଏସି ଅଧକ୍ଷା ଦିପାଞ୍ଜଳୀ ଭରାସାଗର,  ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସୋର୍ଯ୍ୟ ରଞ୍ଜନ ମିଶ୍ର, ଉପାଧ୍ୟକ୍ଷା ଜ୍ୟୋତିର୍ମୟୀ ଦାଶ,କାଉନସିଲର ରଘୁ ବାରିକ୍,ଦୁର୍ଯ୍ୟୋଧନ  ଗଡତିଆ, ଶିଳାନ୍ୟାସ ହେଉଥିବା ୱାର୍ଡର କାଉନସିଲର,  ଶୈଳେନ୍ ମୁଖାର୍ଜୀ, ମଣ୍ଟୁ ପଣ୍ଡା, ଟଙ୍କ ଦାସ, ଖିରୋଜ ନାୟକ, ବିନୋଦ ନାଏକ, ସୁଧୀର ପ୍ରଧାନ, ସ୍ୱାଧୀନ ପ୍ରଧାନ ପ୍ରମୁଖ ବିଜୁ ଜନତା ଦଳର ସଦସ୍ୟ ମାନଙ୍କ ସହିତ ଅଂଚଳବାସୀ ଉପସ୍ଥିତ ରହିଥିଲେ।

Comments are closed.