ସବୁଜ ପ୍ରାଧିକରଣ ନିର୍ଦେଶକ୍ରମେ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ପ୍ରତିନିଧିଙ୍କ ତଦନ୍ତ ଆରମ୍ଭ

ଜିନ୍ଦଲ୍ ଓ ଭୁଷଣ ଷ୍ଟିଲ୍ ଦ୍ୱାରା ପ୍ରଦୁଷଣ ସମସ୍ୟା

ରେଙ୍ଗାଲି:ସମ୍ବଲପୁର ଜିଲାର ଠେଲକୋଲୋଇ ଠାରେ ଥିବା ଜେ.ଏସ୍.ଡବ୍ଳୁ /ଭୁଷଣ ଷ୍ଟିଲ୍ ଦ୍ୱାରା ପ୍ରଦୁଷଣ ନିୟନ୍ତ୍ରଣ ଆଇନର ଉଲ୍ଲଙ୍ଘନ କରାଯାଇ ବ୍ୟପାକ ପ୍ରଦୂଷଣ ହେଉଥିବାରୁ ସ୍ଥାନୀୟ ଅଞ୍ଚଳର ଚାଷ ଜମି ଗୁରୁତର ଭାବରେ କ୍ଷତିଗ୍ରସ୍ତ ହେଉଥିବା ତଥା ଏସବୁ ଅଞ୍ଚଳରେ ପ୍ରଦୁଷଣର କଳା ବାଦଳ ଭଳି ଆସ୍ତରଣ ଜମା ରହୁଥିବା ଅଭିଯୋଗ କରି ଭଗବାନ ପ୍ରଧାନ ସବୁଜ ପ୍ରାଧିକରଣର ଦ୍ୱାରସ୍ଥ ହୋଇଥିଲେ। କମ୍ପାନୀ କର୍ତ୍ତୃପକ୍ଷ ସମେତ, ପରିବେଶ ମଞ୍ଜୁରୀ ଦେଇଥିବା ଜିଲାପାଳ ଏବଂ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀଙ୍କୁ ପକ୍ଷଭୁକ୍ତ କରି ଭଗବାନ ପ୍ରଧାନ ସବୁଜ ପ୍ରାଧୀକରଣରେ ମାମଲା ରୁଜ୍ଜୁ କରିଛନ୍ତି। ଏସଂକ୍ରାନ୍ତରେ ପ୍ରାଧିକରଣ ନିକଟରେ ରିପୋର୍ଟ ଦାଖଲ କରିବାକୁ ଟ୍ରିବୁନାଲ୍ ର ଖଣ୍ଡପୀଠ ଦେଇଥିବା ନିର୍ଦ୍ଦେଶକ୍ରମେ ଆଜି ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ଭୂବନେଶ୍ୱରର ବରିଷ୍ଠ ପରିବେଶ ଇଞ୍ଜିନିୟର ଇଂ ସନ୍ତୋଷ କୁମାର ପଣ୍ଡା, ସମ୍ବଲପୁର ସ୍ଥିତ ଆଞ୍ଚଳିକ ପ୍ରଦୁଷଣ ନିୟନ୍ତ୍ରଣ ଅଧିକାରୀ ରମେଶ ଏକ୍କା ଏବଂ ବରିଷ୍ଠ ପରିବେଶ ବୈଜ୍ଞାନିକ ସତ୍ୟନରାୟଣ ନନ୍ଦ ଆଜି ଜିନ୍ଦଲ କମ୍ପାନୀ ଦ୍ୱାରା ପରିଚାଳିତ ଭୁଷଣ ଷ୍ଟିଲ୍ ପରିଦର୍ଶନ କରି ପ୍ରଦୁଷଣ ସମସ୍ୟାର ଆକଳନ କରିଥିବାର ଜଣାପଡିଛି।

ସୂଚନା ଯୋଗ୍ୟ ଯେ ଏହି ମାମଲାର ବିଚାର ପାଇଁ ମାନ୍ୟବର ବିଚାରପତି ଆଦର୍ଶ ଗୋୟେଲ୍ ଙ୍କ ନେତୃତ୍ୱ ରେ ବିଚାରପତି ସେଓ କୁମାର ସିଂ ଏବଂ ବିଶେଷଜ୍ଞ ଡ. ନାଗିନ୍ ନନ୍ଦ ଏକ ଖଣ୍ଡପୀଠ ଗଠନ କରାଯାଇଛି। ଅବେଦନକାରୀ ଙ୍କ ପକ୍ଷରୁ ଆଡଭୋକେଟ୍ ବଟକୃଷ୍ଣ ବେହେରା ମାମଲା ପରିଚାଳନା କରୁଥିବାର ଜଣାପଡିଛି। ଉଲ୍ଳେଖ ଯୋଗ୍ୟ ଯେ ପ୍ରାଧିକରଣର ଖଣ୍ଡପୀଠ ଏହି ମାମଲା ର ମାର୍ଚ୍ଚ ୩ରେ ଶୁଣାଣି କରି ଦୁଇମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦାଖଲ ପାଇଂ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ କୁ ତାଗିିଦ୍ କରିଥିେଲେ। ବୋର୍ଡ ପକ୍ଷରୁ ଅପ୍ରେଲ୍ ୨୦ ତାରିଖ ଦିନ ତଦନ୍ତ କରାଯାଇ ଜୁଲାଇ ୨୯ ତାରିଖ ଦିନ ପ୍ରାଧିକରଣରେ ରିପୋର୍ଟ ଦାଖଲ କରାଯାଇଥିଲା। କିନ୍ତୁ ପୁଣିଥରେ କାରଖାନା ଅଞ୍ଚଳ ପରିଦର୍ଶନ କରି ତଦନ୍ତ କରି ରିପୋର୍ଟ ଦାଖଲ ପାଇଁ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶ ଅସିବାରୁ ଆଜି ପୁଣି ପ୍ରଦୁଷଣ ସମସ୍ୟା ତଦନ୍ତ ସକାଶେ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀମାନେ କାରଖାନା ପରିଦର୍ଶନ କରିିଥିବାର ଜଣାପଡିଛି।

ପ୍ରାଧିକରଣ ନିକଟରେ କରାଯାଇଥିବା ଅଭିଯୋଗ ଅନୁଯାୟୀ କାରଖାନାରୁ ନିର୍ଗତ ହେଉଥିବା ଉଡନ୍ତା ପାଉଁଶ ଚାଷ ଜମି ପାଖରେ ବେଆଇନ୍ ଭାବରେ ୪୦/୪୫ ଫୁଟ ଉଚ୍ଚ କରି ଡମ୍ପିଂ କରି ଦିଆଯାଉଛି। ଫଳ ରେ ଚାଷ ଜମି କ୍ଷତିଗ୍ରସ୍ତ ହେବା ସହିତ ଜମି ର ଉତ୍ପାଦନ ହ୍ରାସ ପାଇଁ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। ବେଆଇନ୍ ପାଉଁଶ ଡମ୍ପିଂ ଯୋଗୁ ଅଞ୍ଚଳର ବନ ସମ୍ପଦ କ୍ଷତିଗ୍ରସ୍ତ ହେବା ସହିତ ନଦୀ, ନାଳ , ବନ୍ଧକଟା ଆଦି ପ୍ରାକୃତିକ ଜଳ ଉତ୍ସର ଜଳ ପ୍ରଦୂଷିତ ହୋଇ ଲୋକେ ନାନା ପ୍ରକାଶ ରୋଗରେ ପୀଡିତ ହେଉଛନ୍ତି ବୋଲି ଅଭିଯୋଗରେ ଦର୍ଶାଯାଇଛି।

Comments are closed.