ଟୋପରେ ମା’ ସମଲେଶ୍ଵରୀଙ୍କ ବଏଲ୍ ଯାତ୍ରା ସମ୍ପନ୍ନ

ରେଙ୍ଗାଲିକେମ୍ପ: ଅତାବିରା ବ୍ଲକ ଟୋପ ଗ୍ରାମରେ ଇଷ୍ଟଦେବୀ ମା’ ସମଲେଶ୍ଵରୀଙ୍କ ବଏଲ୍ ଯାତ୍ରା ପାରମ୍ପାରିକ ରୀତିନୀତିରେ ସମ୍ପନ୍ନ ହୋଇ ଯାଇଛି। ଶତାଧିକ ବର୍ଷର ଏହି ବଏଲ୍ ଯାତ୍ରା ଅଞ୍ଚଳରେ ବେଶ୍ ପ୍ରସିଦ୍ଧି ଲାଭ କରିଛି। ଏହି ପୂଜା ମହାଲୟା ଦିନରୁ ଆରମ୍ଭ ହୋଇ କୁମାର ପୂର୍ଣ୍ଣିମା ଦିନ ଶେଷ ହୋଇଥାଏ। ମହାଳୟା ଦିନଠାରୁ ପ୍ରତିଦିନ ସନ୍ଧ୍ୟା ସମୟରେ ହୋମ, ଆରତୀ ହେଉଥିବା ବେଳେ ଶେଷ ଦିନ ଅର୍ଥାତ୍ ପୂର୍ଣ୍ଣିମା ଦିନ ଚଣ୍ଡୀ ହୋମ ହୋଇଥାଏ। ପୂର୍ଣ୍ଣିମା ଦିନ ରାତିରେ ମା’ଙ୍କ ବଡପୁଜା ପାଇଁ ନିକଟସ୍ଥ ଗ୍ରାମ ଖଲିଆପାଲି, ଭୂର୍ଶିପାଲିରୁ ପାହୁର ଭାର ମହା ଶୋଭାଯାତ୍ରାରେ ପହଁଛିଯାଏ। ସାଂସ୍କୃତିକ କାର୍ଯ୍ୟକ୍ରମରେ ତାଳଶ୍ରିଗିଡା, ପିପିଲିପାଲି ଆଦି ତିନି ଖଣ୍ଡ ଗ୍ରାମର କୃଷ୍ନଗୁରୁ ହୋଇଥିଲା।

ଏହି ଚଣ୍ଡୀ ହୋମରେ ଗ୍ରାମର ଗୌନ୍ତିଆ ରାମଶଙ୍କର ପ୍ରଧାନ ଓ ତାଙ୍କ ଧର୍ମ ପତ୍ନୀ କର୍ତ୍ତା ଦାୟିତ୍ଵ ତୁଲାଇଥିବା ବେଳେ ଝାଙ୍କର ମଧୁସୁଦନ ମଲ୍ଲିକ ମନ୍ଦିର ପୂଜକ ରୂପେ ପ୍ରତ୍ୟହ ପୂଜା କରିଆସୁଛନ୍ତି। ଏହି ଯାତ୍ରାର ପରଦିନ ପ୍ରାତଃ ସମୟରେ ମାନସିକ ଧାରୀ ମାନେ ମା’ଙ୍କୁ ଛାଗ ବଳୀ ଦେଇଥାନ୍ତି। ଝାଙ୍କର ମଧୁଙ୍କ ଦେହରେ ମା’ ବିରାଜମାନ କଲାପରେ ବରୁଆ ମନ୍ଦିରରୁ ବାହାରି ଗ୍ରାମ ପରିକ୍ରମା କରିଥିଲେ। ପ୍ରତି ଘରେଡିପା କଳସ ବସାଇ ମା’ଙ୍କ ପାଦ ଧୌତ କରି ପୂଜାର୍ଚ୍ଚନା କରିଥାନ୍ତି। ଏହି ଯାତ୍ରାରେ ଆଖପାଖର ଗାଆଁମାନଙ୍କରୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।

Comments are closed.