ଗ୍ରାମବାସୀଙ୍କୁ ସପ୍ନ ଦେଖାଉଛି  ଓଭର ହେଡ୍ ପାଣି ଟାଙ୍କି

ରେଙ୍ଗାଲିକେମ୍ପ: ଯୋଜନା ପରେ ଯୋଜନା, ହେଲେ ଯୋଜନା କେଉଁଠି ବାଟବଣା ହୋଇଯାଇଛି ତ ଆଉ କେଉଁଠି  ପ୍ରହସନ ପରି ଲାଗୁଛି। ଲୋକଙ୍କ ପାଇଁ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ପାନୀୟ ଜଳ ସକାଶେ ଚାରିଆଡ଼େ ସରକାରୀ ଅନୁଦାନରୁ କୋଟି କୋଟି ଖର୍ଚ୍ଚରେ ପ୍ରକଳ୍ପ ମାନ ତିଆରି ହୋଇ ଲୋକଙ୍କ ଶୋଷ ମେଣ୍ଟାଇବା ପରିବର୍ତ୍ତେ ଅଳିଆ ଆବର୍ଜନା ହୋଇ ଖତ ହେବାକୁ ବସିଲାଣି।ଯାହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ବରଗଡ ଜିଲା ଅତାବିରାବ୍ଳକ ମନାପଡ଼ା ପଞ୍ଚାୟତ ଲସ୍ତଲା ଗ୍ରାମର ହାଟପଦା ର ୭୦ ହଜାର ଲିଟର ଓଭରଟେଙ୍କର ପାଣି।
୫ଟି ୱାର୍ଡ ବିଶିଷ୍ଟ ଏହି ଗ୍ରାମରେ  ପାଖାପାଖି ୬ ହଜାର ଲୋକ ବସବାସ କରନ୍ତି। ୫ ବର୍ଷରୁ ଉର୍ଦ୍ଧ୍ଵ ହେବ  ଏହି ଟାଙ୍କି  ତିଆରି ହୋଇ ସାରିଛି।ହେଲେ  ଲସ୍ତଲା ଗ୍ରାମବାସୀ ଙ୍କ ଶୋଷ ମେଣ୍ଟାଇ ପାରୁନାହିଁ।ଯଦ୍ଵାରା ଲୋକେ ବାପ ଅଜା ଅମଳରୁ ଖନନ ହୋଇଥିବା ଦୂଷିତ ତଥା ଲୁହା ପାଣି ପିଇ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହୁଛି।  ତୁରନ୍ତ ବିଭାଗୀୟ ଅଧିକାରୀ ତଥା ଜିଲାପାଳ ଦୃଷ୍ଟି ଦେଇ ଏହି ଓଭର  ଟ୍ୟାଙ୍କଟିକୁ କାର୍ଯ୍ୟକ୍ଷମ କରିବା ପାଇଁ ସାଧାରଣରେ ଦାବି ହେଉଛି।

Comments are closed.