ବିଧାୟିକାଙ୍କ ଦ୍ୱାରା ବ୍ୟାଡମିଣ୍ଟନ ପଡିଆ ଉଦଘାଟିତ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନଏସି ୱାର୍ଡ ନମ୍ବର ନଅ ଲାଦେରପାଲି ଠାରେ ବ୍ୟାଡମିଣ୍ଟନ ପଡିଆ ଅତାବିରା ବିଧାୟିକା ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ମୁଖ୍ୟଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଛନ୍ତି। ଏହି ପଡିଆରେ ଦୀର୍ଘ ସମୟରୁ ଗ୍ରାମର ଯୁବକମାନେ ବ୍ୟାଡମିଣ୍ଟନ ଖେଳିଆସୁଛନ୍ତି ହେଲେ  ପଡ଼ିଆଟି  ମାଟି ଅବସ୍ଥାରେ ଥିବାରୁ ଓ ଲାଇଟ ବ୍ୟବସ୍ଥା ନଥିବାରୁ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ ।
ତେଣୁ କିଛି ବ୍ୟକ୍ତିବିଶେଷଙ୍କ ପରାମର୍ଶ କ୍ରମେ ୱାର୍ଡ କାଉନସିଲର ଓ ବିଧାୟିକାଙ୍କ ପ୍ରସ୍ତାବ ହେତୁ ଅତାବିରା ଏନଏସି ମାଧ୍ୟମରେ ଏହି କାର୍ଯ୍ୟ ହୋଇଥିବାରୁ ଏଠାରେ ଖେଳୁଥିବା ସଦସ୍ୟ ମାନେ ଖୁସି ଅନୁଭବ କରିଛନ୍ତି ଓ ବିଧାୟିକାଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। କାଉନସିଲର ଆରତୀ ନାଏକ ଓ ତାଙ୍କ ପ୍ରତିନିଧି ବିନୋଦ ନାଏକ, ଏନଏସି ଯୁବ ସଭାପତି ମଣ୍ଟୁ ପଣ୍ଡା, ସାଧାରଣ ସମ୍ପାଦକ ଖିରୋଜ ନାଏକ, ଏନଏସି ସଭାପତି ଟଙ୍କ ଦାସ,ଜିଲ୍ଲା ସମ୍ପାଦକ ଗଣେଶ ସାହୁ, ସୁଧୀର ପ୍ରଧାନ,  ନାରାୟଣ ସାହୁ, ମୁକେଶ ପ୍ରଧାନ, ସୁରଜ ପ୍ରଧାନ, ସରୋଜ ପ୍ରଧାନ, ରାମ ପ୍ରଧାନ ପ୍ରମୁଖ ଗ୍ରାମର ଯୁବ ଖେଳାଳିମାନଙ୍କ ସହିତ ଗ୍ରାମର ସମାଜସେବୀ ମାନେ ଉକ୍ତ ସ୍ଥାନରେ ଉପସ୍ଥିତ ରହିଥିଲେ।

Comments are closed.