ନାରୀ ଶିକ୍ଷିତା ହେଲେ ହିଁ ସମାଜର ମୁଖ୍ୟ ସ୍ରୋତରେ ଯୋଡ଼ି ହେବେ

ଲଡୁଗାଁ: କଳାହାଣ୍ଡି ଜିଲ୍ଲାର ୭୦ଟି ତାଣ୍ଡା ବଂଜାରା ସମାଜର ମହିଳା ମାନଙ୍କୁ ନେଇ ଏକ ସମ୍ମିଳନୀ ଶନିବାର କୋକସରା ବ୍ଲକ ଟେମରା ପଞ୍ଚାୟତ ହଂସପଡା ଧାନ ମଣ୍ଡିରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ଜୟ ସେୱ।ଲାଲ ଓ ଜୟ ଗୁରୁ ନାନକଙ୍କ ଫଟୋଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। କଳାହାଣ୍ଡି ବଂଜାରା ସମାଜର ସଭାନେତ୍ରୀ ଯୁବା ନାଏକଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ରୂପେ ଓଡିଶା ରାଜ୍ୟ ବଂଜାରା ସମାଜର ସଭାପତି ତୁଲାରାମ ନାଏକ, ମୁଖ୍ୟବକ୍ତା ଭାବେ କିଶୋର ଚନ୍ଦ୍ର ନାଏକ, ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ବଂଜାରା ସମାଜ ସଭାପତି ଯଶୋବନ୍ତ ସିଂ ନାଏକପ୍ରମୁଖ ବଂଜାରା ସମାଜର ମହିଳା ସଶକ୍ତିକରଣ, ଶିକ୍ଷା, ଅଗ୍ରାଧିକାର ଓ ନାରୀ ଶିକ୍ଷିତା ହେଲେ ହିଁ ସମାଜ ମୁଖ୍ୟ ସ୍ରୋତରେ ଯୋଡ଼ିହେବ ବୋଲି ମତ ପ୍ରକାଶ ପାଇଥିଲା।

Comments are closed.