ଦଶମ ଶ୍ରେଣୀ ପରୀକ୍ଷା ଫଳ, ଅତାବିରାରେ ପାସ ହାର ୮୮.୫୮%

ରେଙ୍ଗାଲିକ୍ୟାମ୍ପ: ଶିକ୍ଷାବର୍ଷ ୨୦୨୧/୨୨ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି। ଏହି ବର୍ଷ ପରିବର୍ତ୍ତିତ ପରୀକ୍ଷା ପଦ୍ଧତି ତଥା ମୂଲ୍ୟାୟନକୁ ନେଇ ଛାତ୍ର ଛାତ୍ରୀ ତଥା ଅଭିଭାବକ ମହଲରେ ଉତ୍କଣ୍ଠା ଭରି ରହିଥିଲା ପରୀକ୍ଷା ଫଳ ଜାଣିବା ପାଇଁ। ଅତାବିରା ବ୍ଲକରରେ ପରୀକ୍ଷା ଦେଇଥିବା ମୋଟ ୧୮୭୫ ଜଣ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ୧୭୪୨ ଜଣ ପାସ କରିଛନ୍ତି। ପାସ ହାର ୮୮.୫୮ ପ୍ରତିଶତ ହୋଇଥିବା ବେଳେ ଏଥର ମଧ୍ୟ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ।

ପରୀକ୍ଷାରେ ଫେଲ ହୋଇଛନ୍ତି ୨୬ ଜଣ ପିଲା। ଏ-୧ରେ ୧୮ଜଣ ଛାତ୍ରଛାତ୍ରୀ ପାସ୍‌ କରିଥିବା ବେଳେ ଏ-୨ରେ ପାସ୍‌ କରିଛନ୍ତି ୧୨୨ ପିଲା। ବି-୧ରେ ୨୯୫ ଜଣ ପିଲା ପାସ୍‌ କରିଛନ୍ତି। ବି-୨ରେ ୪୯୧ଜଣ ପିଲା ପାସ୍‌ କରିଥିବା ବେଳେ ସି ଗ୍ରେଡରେ ୫୧୦ ଜଣ ପିଲା ପାସ୍‌ କରିଛନ୍ତି। ଡି ଗ୍ରେଡରେ ୨୩୬, ଇ ଗ୍ରେଡରେ ୭୦ ଓ ଏଫ୍‌ ଗ୍ରେଡ଼ରେ ୨୬ ଜଣ ପିଲା ରହିଛନ୍ତି। ଅରବିନ୍ଦ ପୂର୍ଣ୍ଣlଙ୍ଗ ଶିକ୍ଷାକେନ୍ଦ୍ରରେ ୧୩ ଜଣ, ଟୋପ ହାଇସ୍କୁଲରେ ୨ ଜଣ, ଲରମ୍ଭା ଉଚ୍ଚ ବିଦ୍ୟାଳୟରେ ଜଣେ, କୁଲୁଣ୍ଡା ଉଚ୍ଚ ବିଦ୍ୟାଳୟରେ ଜଣେ, ଝିଲିମିଣ୍ଡା ହାଇସ୍କୁଲରେ ଜଣେ ଏ୧ ପାଇଥିବା ବେଳେ ଛାତ୍ର ଦେବାଶିଷ ବେହେରା ୫୭୩ ନମ୍ୱର୍ ରଖି ବ୍ଲକରେ ଟପ୍ପର ହୋଇଛନ୍ତି।

Comments are closed.