ଟ୍ରକ ଧକ୍କାରେ ୨ ମୃତ, ବାଇକ୍ ଆରୋହୀ ଗୁରୁତର

ରେଙ୍ଗାଲକ୍ୟାମ୍ପ: ଆଜି ପୁଣି ଏକ ସଡ଼କ ଦୁର୍ଘଟଣାରେ ଗଡିଲା ଦୁଇ ମୁଣ୍ଡ। ବୁର୍ଲା ବଡ଼ ମେଡ଼ିକାଲକୁ ନିଜ ସମ୍ପର୍କିୟଙ୍କୁ ଦେଖିବା ପାଇଁ ଯିବା ବାଟରେ ବାଇକ୍ ଆରୋହୀ ସୁରେନ୍ଦ୍ର ବରିହା(୪୦)ଙ୍କୁ ଗୋଡଭଗା ହାଇସ୍କୁଲ ସାମ୍ନା ସ୍ଥିତ ଡାଇଭର୍ସନ ପାଖରେ ଏକ ଅଜଣା ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ସୁରେନ୍ଦ୍ର ବାଇକ ଉପରୁ ଛିଟିକି ପଡ଼ି ଗୁରୁତର ହୋଇଥିଲେ। ତାଙ୍କ ସ୍ତ୍ରୀ ଲଳିତା ବରିହା(୩୭)ଓ ସମ୍ପର୍କୀୟ ଖୁଡି ମିଥିଳା ଥପା(୫୦) ଟ୍ରକ୍ ଚାପାରେ ଆସି ପ୍ରାଣ ହରାଇ ଥିଲେ। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହ ଗୁରୁତର ବାଇକ୍ ଚାଳକ ଓ ମୃତ ଦୁଇ ମହିଳାଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ଜଣାପଡ଼ିଛି। ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିମାନେ ଭେଡେନ ଥାନା ଅନ୍ତର୍ଗତ ଖପସି ପାଲିର ବୋଲି ଗୋଶାଳା ପୋଲିସ ସୂତ୍ରରୁ ଖବର ମିଳିଛି।

Comments are closed.