ଜଗନ୍ନାଥମୟ ରେଙ୍ଗାଲି ବ୍ଳକ୍, ୧୧ ଗ୍ରାମରେ ପାଳିତ ହେଲା ରଥଯାତ୍ରା

ରେଙ୍ଗାଲି: ଆଜି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ପାଳନ ପାଇଁ ରେଙ୍ଗାଲି ବ୍ଲକ ହୋଇଥିଲା ଜଗନ୍ନାଥମୟ। ସ୍ଥାନୀୟ ଅଞ୍ଚଳର ୧୧ଟି ଗ୍ରାମରେ ପାଳିତ ହୋଇଥିଲା ରଥଯାତ୍ରା।
ସମ୍ବଲପୁର ଜିଲା ରେଙ୍ଗାଲି ବ୍ଳକର ଲଇଡା, ରମ୍ପେଲାକେମ୍ପ, ଲପଙ୍ଗା, କତରବଗା, ବମାଲୋଇ, ସାଲଡ, ବାବୁଚକୁଳି, ଟାମ୍ପରକେଲା, ବାରଡୁଙ୍ଗୁରୀ, ମରାପତ୍ରା, ବାସୁପାଲି ଆଦି ଗ୍ରାମରେ ଆଜି ପବିତ୍ର ରଥଯାତ୍ରା ବିଧିମତେ ଆନନ୍ଦ ଉଲ୍ଲାସର ସହିତ ପାଳିତ ହୋଇଯାଇଛି। କରୋନା କଟକଣା ଯୋଗୁଁ ଗତ ୩ବର୍ଷ ହେଲା ରଥଯାତ୍ରା ଆୟୋଜନ ବନ୍ଦ ଥିବାରୁ ଚଳିତ ବର୍ଷ ରଥଯାତ୍ରା ଦେଖିବାକୁ ଶ୍ରଦ୍ଧାଳୁଙ୍କ ବହୁତ ଭିଡ ଲାଗିଥିବା ଦେଖିବାକୁ ମିଳିଥିଲା। ଉପରୋକ୍ତ ୍ଗ୍ରାମମାନଙ୍କରେ ଥିବା ଜଗନ୍ନାଥ ମନ୍ଦିରରେ ଅଧିଷ୍ଠିତ ତିନିଠାକୁରଙ୍କୁ ବିଧିମତେ ପୂଜା ଅର୍ଚ୍ଚନା କରାଯାଇଥିଲା। ଅପରାହ୍ନରେ ତିନିଠାକୁର ପହଣ୍ଡିବିଜେ ପରେ ରଥାରୁଢ ହୋଇ ଶ୍ରଦ୍ଧାଲୁ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଏହାପରେ ରଥାରୁଢ ଠାକୁର ମାନଙ୍କ ରଥଟଣା ହୋଇ ମାଉସୀ ମନ୍ଦିରକୁ ଅଣାଯାଇଥିଲା। ରଥଯାତ୍ରା ଆୟୋଜିତ ହେଉଥିବା ଗ୍ରାମମାନଙ୍କରେ ଯାତ୍ରା ଉପଲକ୍ଷେ ସଂପ୍ରଦା, କିର୍ତ୍ତନ୍ୟ, କୃଷ୍ଣଗୁରୁ ଭଜନ ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଲଇଡା ଠାରେ ଅନୁଷ୍ଠିତ ରଥାଯାତ୍ରାରେ ଗୌନ୍ତିଅ ସ୍ୱୀକାର ନାଏକ ଏବଂ ଜିଲ୍ଲା ପରିଷଦ ସଭ୍ୟ ଦେନାରାୟଣ ତିୱାରି ଛେରାପହଁରା କରିଥିଲେ। ମୁଖ୍ୟ ପୂଜକ ଚନ୍ଦ୍ରଶେଖର ପଣ୍ଡାଙ୍କୁ ମନୋଜ ପୂଜାରୀ ଏବଂ ଅନିଳ ପଣ୍ଡା ପୂଜା ଅର୍ଚ୍ଚନାରେ ସହଯୋଗ କରିଥିଲେ। ମନ୍ଦିର ପରିଚାଳନା କମିଟିର ସଭାପତି ରସାନନ୍ଦ ସାଥୁଆ, ସୁରେଶଚନ୍ଦ୍ର ସାହୁ, ଉମାକାନ୍ତ ସାହୁ, ରମାକାନ୍ତ ସାହୁ, କାଶି ସାହୁ, ସନ୍ଦେଶ ପୃଷ୍ଟି, ଲିଙ୍କନ ନାଏକ ପ୍ରମୁଖ ରଥଯାତ୍ରା ପରିଚାଳନାରେ ସହଯୋଗ କରିଥିଲେ।

Comments are closed.