ଚଳନ୍ତା ଟ୍ରାକ୍ଟରରେ ଲାଗିଲା ନିଆଁ; ଅଳ୍ପକେ ବର୍ତ୍ତିଲେ ମାଲିକ

ରେଙ୍ଗାଲିକ୍ୟାମ୍ପ: ମଣିଷ ଜୀବନର ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣାର ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ । କେତେବେଳେ କେଉଁ ଦୁର୍ଘଟଣା ଘଟି ଧନ ଜୀବନ ନଷ୍ଟ ହେବ, ତାହା କହିହେବ ନାହିଁ । ଆଜି ଏମିତି ଏକ ଆକସ୍ମିକ ଦୁର୍ଘଟଣା ଘଟିଯାଇଛି ଅତାବିରା  ୫୩ ନମ୍ୱର ଜାତୀୟ ରାଜପଥ କଡ଼ରେ ଥିବା ଆନ୍ଧ୍ର କଲ୍ୟାଣ ମଣ୍ଡପ ସମ୍ମୁଖରେ ।  ଅତାବିରା ରେଲୱେ ଷ୍ଟେସନ  ପଡ଼ାରେ ରହୁଥିବା ଜଣେ ଚାଷୀ  ଜାତୀୟ ରାଜପଥ କଡ଼ରେ ଥିବା ତାଙ୍କ ବିଲରେ ପଡ଼ିଥିବା ଶୁଖିଲା ନଡ଼ାକୁ ପୋଡ଼ିବା ପାଇଁ ନିଆଁ ଲଗାଇଥିଲେ ।  ନଡ଼ା ପୋଡ଼ିଯାଇ ପାଉଁଶ ହୋଇ ବିଲରେ ମିଶିଯିବ ଭାବି ସେ ବିଲକୁ ନିଜ ଟ୍ରାକ୍ଟର ନଂ ଓଡି୧୭ ଟି ୭୨୭୭ରେ  ଯୋତିବା  ଆରମ୍ଭ କରିଥିଲେ ।

ଏହି ନିଆଁ ପବନ ଦ୍ଵାରା ଧୀରେ ଧୀରେ ବିଲରେ ପଡ଼ିଥିବା ଶୁଖିଲା ନଡ଼ାକୁ ଜାଳି ଆଗେଇଚାଳିଥିଲା । ହଠାତ୍ ଚଳନ୍ତା ଟ୍ରାକ୍ଟରର ପଛରେ ନିଆଁ ଲାଗି ଯାଇଥିଲା । କିନ୍ତୁ ସେ ଜାଣିପାରି ନଥିଲେ । ଧୀରେଧୀରେ ଟ୍ରାକ୍ଟର ହୁ ହୁ ହୋଇ ଜାଳିବା ଆରମ୍ଭ କରିଥିଲା ପଛପଟୁ । ଏହା ଦେଖି ଆଖ ପାଖରେ ଥିବା ଲୋକେ ପାଟି କରି ନିଆଁ ଲାଗିଥିବା କହିଥିଲେ । ସେ ଅନ୍ୟ ଉପାୟ ନପାଇ ଜଳନ୍ତା ଟ୍ରାକ୍ଟରକୁ ପାଖରେ ଥିବା ସର୍ଭିଶିଂ କେନ୍ଦ୍ର ପାଖକୁ ଚଲେଇ ଆଣି ଶେଷରେ ନିଜେ ଡେଇଁ ପଡ଼ିଥିଲେ । ଫଳରେ ସେ ଅଳ୍ପକେ ବର୍ତ୍ତିଯାଇଥିଲେ । କିନ୍ତୁ  ଜଳନ୍ତା ଟ୍ରାକ୍ଟରଟି ଆଗେଇ ଚାଲିଥିଲା ।ପାଖରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଦୌଡ଼ି ଯାଇ ଟ୍ରାକ୍ଟରକୁ ବନ୍ଦ କରି ଚାବି କାଢ଼ିଆଣିବାରୁ ଟ୍ରାକ୍ଟରଟି ଅଟକି ଥିଲା ।

ପାଖରେ ଥିବା ସର୍ଭିସିଂ ସେଣ୍ଟରରୁ ପାଣି ପାଇପ ମାଧ୍ୟମରେ ସିଞ୍ଚନ କରାଯାଇ ନିଆଁକୁ ଆୟତ୍ତ କରାଯାଇଥିଲା । କିନ୍ତୁ ଏହି ସମୟ ମଧ୍ୟରେ ଟ୍ରାକ୍ଟରର ଅର୍ଦ୍ଧାଧିକ ଅଂଶ ଜଳିସlରିଥିଲା  । ଭାଗ୍ୟ ବଶତଃ ଚକ ଗୁଡ଼ିକ ଫାଟିନଥିଲା । ନହେଲେ ସମ୍ପୂର୍ଣ ଟ୍ରାକ୍ଟରଟି ଜଳି ଯାଇଥାନ୍ତା । ଏହି ବିଲକୁ ଲାଗି ଜାତୀୟ ରାସ୍ତାକଡ଼ରେ ରହିଛି ଟୋୟଟା ସୋ’ ରୁମ୍ । ନିଆଁ  ଏହି ଦୋକାନ ଆଡ଼କୁ ମୁହାଁଉ ଥିବା ଦେଖି, କାଳେ ସୋ’ ରୁମରେ ଲାଗିଯିବ ଭାବି ଅତାବିରା ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବିଭାଗ ପହଞ୍ଚି ବିଳର ନିଆଁକୁ ଲିଭାଇଥିଲା ।

 

Comments are closed.