ଜିଲ୍ଲାପାଳଙ୍କ ଧାନ ମଣ୍ଡି ପରିଦର୍ଶନ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲାପାଳ ମନିଷା ବାନାର୍ଜୀ ଅତାବିରା ବ୍ଲକର ଗୋଡ଼ଭଗା , ଗଉରଟିକ୍ରା ଓ ଅତାବିରା ଧାନ ମଣ୍ଡିକୁ ପରିଦର୍ଶନ କରିଥିଲେ। ସେ ପ୍ରଥମେ ପଞ୍ଜିକରଣ ଖାତା ନିରୀକ୍ଷଣ କରିଥିଲେ । ଏହାପରେ ଅଧିକ ଆର୍ଦ୍ର ଥିବା ଧାନ ମଣ୍ଡି ଭିତରକୁ ପ୍ରବେଶ କରିବାକୁ ମନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଟୋକନ ଅନୁକ୍ରମରେ ଚାଷୀଙ୍କ ଠାରୁ ଧାନ କ୍ରୟ କରିବା ପାଇଁ କହିଥିଲେ। ମାର୍କେଟରେ ଚାଷୀଙ୍କ ଧାନ ଗଦା ମାନଙ୍କରେ ଲଟ ନମ୍ୱର୍ ପଡ଼ିଛି ନା ନାହିଁ ତାହା ମଧ୍ୟ ତଦନ୍ତ କରି ଦେଖିଥିଲେ। ଚାଷୀଙ୍କ ଧାନ କ୍ରୟ ବିକ୍ରୟ ସୂଚାରୁ ରୂପେ ସମ୍ପନ୍ନ ଯେପରି ହେବ ,ସେଥିପାଇଁ ବିଶେଷ ଧ୍ୟାନ ଦେବାପାଇଁ ସେ ଆର୍ ଏମ୍ ସି କର୍ମଚାରୀ ମାନଙ୍କୁ କଡା କଡ଼ି ଭାବେ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ଏହି ମଣ୍ଡି ପରିଦର୍ଶନରେ ତାଙ୍କ ସହ ସି ଏସ ଓ ଦାଶରଥି ସୁରେନ୍, ଆର୍ ଏମ୍ ସି ସମ୍ପାଦକ ପ୍ରଦୀପ ବେସନ,ଅତିରିକ୍ତ ସି ଏସ୍ ଓ ଉପସ୍ଥିତ ଥିଲେ।

Comments are closed.