ଅତାବିରାରେ ତିନିଟି ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟିକା

ରେଙ୍ଗାଲିକ୍ୟାମ୍ପ: ଅତାବିରା ନିର୍ବାଚନ ମଣ୍ଡଳୀର ଗୋଟିଏ ଦିନରେ ୩ଟି ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଅଞ୍ଚଳର ପରିବେଶ ପରିଚ୍ଛନ୍ନତା ପାଇଁ ୧୬ ଲକ୍ଷ ଟଙ୍କାର ମଳ ସଫେଇ ଗାଡ଼ିର ଲୋକାର୍ପଣ କରିଛନ୍ତି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ। ଏହି ତିନିଟି ପ୍ରକଳ୍ପ ମଧ୍ୟରେ ରହିଛି ଅତାବିରା ପାଇଁ ଆଦର୍ଶ ମଡେଲର ସ୍ଵର୍ଗଦ୍ଵାର। ୭୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବ ଏହି ସ୍ଵର୍ଗଦ୍ଵାର ଯେଉଁଥିରେ ରହିବ ପାଚେରୀ, ପ୍ରବେଶ ଦ୍ଵାର, ପ୍ଲାଟଫର୍ମ, ବିଶ୍ରାମ ଗୃହ, କାଠ ଘର, ଶବ ସତ୍କାର ପାଇଁ ଆବଶ୍ୟକ ଦ୍ରବ୍ୟ ଦୋକାନ ଗୃହ, ପାଦଚଲା ଓ ପାର୍କିଂ ବ୍ୟବସ୍ଥା, ସୌନ୍ଦର୍ଯ୍ୟକରଣ ପାଇଁ ବୃକ୍ଷରୋପଣ, ନଳକୂଅ, ବିଦ୍ୟୁତକରଣ, ଶୌଚାଳୟ, ଜଳ ସିଞ୍ଚନ ବ୍ୟବସ୍ତା, ଲକର ରୁମ୍, ମ୍ୟୁଜିକ ବ୍ୟବସ୍ଥା, ଶ୍ମଶାନ କାଳୀ ମନ୍ଦିର।

ୱାର୍ଡ ନଂ ୩ କେନାଲ ପଡ଼ାରେ ୧୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆଦର୍ଶ ଶୌଚାଳୟ ଓ ଅତାବିରା ବସ୍ ଷ୍ଟାଣ୍ଡ ଛକ ନିକଟସ୍ଥ ଗ୍ରାମ୍ୟ ନ୍ୟାୟାଳୟ ପାର୍ଶ୍ଵରେ ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ତିଆରି ହେବ ଜନ ସାଧାରଣଙ୍କ ପାଇଁ ଆଧୁନିକ ଶୌଚାଳୟ। ଏହି ତିନି ପ୍ରକଳ୍ପ ପାଇଁ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଶିଳାନ୍ୟାସ କରିଛନ୍ତି। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ସରିଛି ଓ ଶୀଘ୍ର କାମ ଆରମ୍ଭ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ଏନଏସି କାର୍ଯ୍ୟାଳୟରେ ୧୬ ଟି ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ନେଇ ମୁକ୍ତା ଯୋଜନାରେ ଏକ କୋଟି ଛବିଶ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। ଉପରୋକ୍ତ ପ୍ରକଳ୍ପ ଗୁଡ଼ିକ ପାଇଁ ଯଦି ଆବଶ୍ୟକ ପଡେ ତେବେ ଆଉ କିଛି ଅର୍ଥରାଶି ମଧ୍ୟ ବ୍ୟୟ କରାଯିବା ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

Comments are closed.