ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ବିଶୋଧନ

ରେଙ୍ଗାଲିକ୍ୟାମ୍ପ: ଅତାବିରା ନିର୍ବାଚନ ମଣ୍ଡଳୀର ଉଦେପୁରା ଗ୍ରାମରେ କାରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ପରିବାରଙ୍କ ଘରମାନଙ୍କରେ ବରଗଡ଼ ଅଗ୍ରଣୀ ଜନ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ବିଶୋଧନ କରାଯାଇଛି। କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ତଥା କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ମଧ୍ୟ ପୁନଃ ସଂକ୍ରମଣ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ତେଣୁ ଟ୍ରଷ୍ଟର ସଭାପତି ମୁକୁନ୍ଦ ଦାଶ ଏହି ପଦକ୍ଷେପ ନେବା ପାଇଁ ଗ୍ରାମବାସୀଙ୍କୁ ପ୍ରୋତ୍ସାହିତ କରିଥିଲେ।

ଗ୍ରାମର ୧୧ଟି ପରିବାରଙ୍କ ଘର ତଥା ଅଙ୍ଗନୱାଡି କେନ୍ଦ୍ର, ବିଦ୍ୟାଳୟ, ନଳକୂପର ପାରିପାର୍ଶ୍ବ, ଗାଆଁ ଦାଣ୍ଡର ପିଣ୍ଡା ସମୂହ, କ୍ଲବ ଘର, କଲ୍ୟାଣ ମଣ୍ଡପ ଆଦି ସ୍ଥାନଗୁଡିକୁ ସ୍ପ୍ରେ ମେସିନ ସାହାଯ୍ୟରେ ସାନିଟାଇଜ କରାଯାଇଥିଲା। ଏହି କାର୍ଯ୍ୟରେ ଅଙ୍ଗନୱାଡି କର୍ମୀ ରୀନା ଦନ୍ତା, ଆଶା ମୁକ୍ତା ଦନ୍ତା, ସବ ସେଣ୍ଟରର ଏଏନଏମ୍ କର୍ମୀ ଲୀଳାବତୀ ପଟେଲ, ଅଙ୍ଗନୱାଡି ସହାୟିକା ସ୍ନେହଲତା ଝlଙ୍କର, ଶାନ୍ତି ସାଥୁଆ ଓ ହୃଷୀକେଶ ଖମାରୀ ପ୍ରମୁଖ ସହଯୋଗ କରିଥିଲେ।

Comments are closed.