ବିଶ୍ଵ ପରିବେଶ ଦିବସରେ ପରିବେଶ ପ୍ରେମୀ ଶତାୟୁ ମହିଳାଙ୍କ ପରଲୋକ

ରେଙ୍ଗାଲି କ୍ୟାମ୍ପ: ଅତାବିରା ନିର୍ବାଚନ ମଣ୍ଡଳୀର ଉଦେପୂର ଗ୍ରାମର ଶତାୟୁ ମହିଳା କିଶୋରୀ ଝାଙ୍କରଙ୍କ ଆଜି ବିୟୋଗ ହୋଇଯାଇଛି। ସ୍ବର୍ଗତ କିଶୋରୀ ଜଣେ ପରିବେଶ ପ୍ରେମୀ ମହିଳା ଥିଲେ। ବୟସର ଅପରାହ୍ନରେ ବି ପରିବେଶ ସଫା ସୁତୁରା ରଖିବାକୁ ଚେଷ୍ଟା କରୁଥିଲେ। ଭୋରରୁ ଉଠି ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟର ଚାରିଆଡେ ଝାଡୁ କରି ସଦା କରୁଥିଲେ। ଯାହା କୁନି କୁନି ପିଲାମାନଙ୍କ ମନରେ ଏକ ପ୍ରେରଣା ଯୋଗାଉଥିଲା ନିଜ ପରିବେଶକୁ ସଫା ରଖିବା ପାଇଁ। ଏହା ବ୍ୟତୀତ ସେ ଭଗବତ ପ୍ରେମୀ ଓ ଆଧ୍ୟାତ୍ମିକ ଚେତନା ପ୍ରେମୀ ଥିଲେ। ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଗ୍ରାମରେ ଥିବା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଯାଇଛି। ତାଙ୍କର ପୁତ୍ର ଚିନ୍ତାମଣି ଝାଙ୍କର ମୁଖlଗ୍ନୀ ଦେଇଥିଲେ। ତାଙ୍କର ଶବ ସତ୍କାର ସମୟରେ ଗୌନ୍ତିଆ ମଦନ ମୋହନ ଦାଶ, ବାଡେଇ ବେହେରା, ହୃଷୀକେଶ ଖମାରୀ, ନାଗି ଗହିର, ପଞ୍ଚାନନ ତରିଆ, ଭାରତ ଗହିର ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.