ସାଧାରଣତନ୍ତ୍ର ଦିବସ ଅବସରରେ ଅତାବିରା ପୁଲିସ ପକ୍ଷରୁ ମାସ୍କ ବଣ୍ଟନ

ରେଙ୍ଗାଲିକ୍ୟାମ୍ପ: ସଂପ୍ରତି ଓମିକ୍ରନର ସଂକ୍ରମଣ ଜିଲ୍ଲାରେ ତଳମୁହାଁ ହେଉଥିବା ନେଇ ଲୋକ ଏଥିପ୍ରତି ଦିନକୁ ଦିନ ଅଧିକ ଅବହେଳା କରୁଛନ୍ତି। ଯାହାର ପରିଣାମ ପୁଣି ସଂକ୍ରମଣ ବୃଦ୍ଧି କରିବାର ଆଶଙ୍କା ସୃଷ୍ଟି କରୁଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ପୁଲିସ ପୁଣି ଥରେ ଲୋକଙ୍କୁ ସଜାଗ କରିବାର ପ୍ରୟାସ କରିଚାଲିଛି। ସାଧାରଣତନ୍ତ୍ର ଦିବସରେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ଥାନା ଅଧିକାରୀ ଅନୀଲ କୁମାର ପ୍ରଧାନଙ୍କ ତତ୍ବାବଧାନରେ ଥାନାର ସମସ୍ତ କର୍ମଚାରୀ ଅତାବିରାରେ ଲୋକଙ୍କୁ ମାସ୍କ୍ ବଣ୍ଟନ କରିଥିଲେ। ଏହା ସହିତ ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରିବା, ଗହଳି ନ କରିବା, ଶରୀରରେ ଓମିକ୍ରନ୍ ଲକ୍ଷଣ ଦେଖାଦେଲେ ଭୟଭୀତ ନ ହୋଇ ତୁରନ୍ତ ଡାକ୍ତରୀ ଯାଞ୍ଚ କରିବା ଆଦି ଉପରେ ଲୋକଙ୍କୁ ବୁଝାଇଥିଲେ। ଏହା ବ୍ୟତୀତ ଏହି ନିୟମକୁ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ତାଗିଦ୍ ମଧ୍ୟ କରିଥିଲେ। ଉଦଣ୍ଡକୁ ଦଣ୍ଡ ସହ ଦରକାର୍ ପଡ଼ିଲେ ଫାଇନ ମଧ୍ୟ କରାଯିବ ବୋଲି ଲୋକଙ୍କୁ କଡା ତାଗିଦ କରିଥିଲେ। ତେବେ ପୁଲିସର ଏହି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ସାଧୁବାଦ ଜଣାଇଛନ୍ତି।

Comments are closed.