ମାସ୍କ ବଣ୍ଟନ ଓ ସଚେତନତା କାର୍ଯ୍ୟକ୍ରମ

ରେଙ୍ଗାଲିକେମ୍ପ : ଓମିକ୍ରନ୍ (କରୋନା ) ର ପୁନଃ ସଂକ୍ରମଣ ବୃଦ୍ଧି କୁ ଦୃଷ୍ଟିରେ ଲୋକଙ୍କୁ ପୁଣି ସଚେତନ କରିବା ଜରୁରୀ ହୋଇପଡିଛି। କାରଣ ଜନ ସାଧାରଣ ଏଥି ପ୍ରତି ସଚେତନ ହେଉ ନାହାନ୍ତି। ଅବହେଳା ଯୋଗୁଁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି।  ଅନୁସନ୍ଧାନରୁ ଜଣା ପଡ଼ିଛି ବ୍ଲକରେ କିଛି ବ୍ୟକ୍ତି ଓମିକ୍ରନରେ ସଂକ୍ରମିତ। ତେଣୁ  ବଣିକ ସଂଘ ଓ ପୁଲିସର ମିଳିତ ଆନୁକୁଲ୍ୟରେ ଲୋକଙ୍କୁ ସଚେତନ କରିବା ସହ ମାସ୍କ୍ ବଣ୍ଟନ କରିଛନ୍ତି । ଜନ ଗହଳି ନ କରି ସାମାଜିକ ଦୂରତା ରକ୍ଷା କରିବା ପାଇଁ ଜନ ସାଧାରଣଙ୍କୁ କହିଥିଲେ। ଯଦି କେହି ଏହି ଆଇନର ଅବମାନନା କରେ ତେବେ ତାକୁ ଫାଇନ ସହ ଦଣ୍ଡ ବିଧି ର ବ୍ୟବସ୍ଥା କରାଯିବ ବୋଲି ପୁଲିସ  ତାଗିଦ୍ କରିଥିଲା।ଏହି ସଚେତନ କାର୍ୟ୍ୟକ୍ରମରେ ୧୦୦୦ ରୁ ଉର୍ଦ୍ଧ୍ବ ସଂଖ୍ୟକ ମାକ୍ସ ବଣ୍ଟନ କରାଯାଇଥିଲା।ଏଥିରେ ବଣିକ ସଂଘର ସମସ୍ତ ସଭ୍ୟ,ଏନ୍ ଏ ସି ର କର୍ମକର୍ତ୍ତା ଓ ପୁଲିସ କର୍ମଚାରୀ ସହଯୋଗ କରିଥିଲେ।

Comments are closed.