ନିଆରା ଢଙ୍ଗରେ ନବବର୍ଷ ପାଳିତ, ଅତୀତ ସହ ବର୍ତ୍ତମାନକୁ ଯୋଡ଼ି ରଖିବାର ନିରବଚ୍ଛିନ୍ନ ପ୍ରୟାସ

ରେଙ୍ଗଲିକେମ୍ପ: ଆଜି ଅତାବିରା ବ୍ଲକ ଲାଦେରପାଲି ଦୀଘା ପକ୍ଷରୁ ନିଆରା ଢଙ୍ଗରେ ନୂଆ ବର୍ଷ ପାଳନ କରାଯାଇ। ହିନ୍ଦୁ ପରମ୍ପରାକୁ ବଜାୟ ରଖି ନବ ବର୍ଷରେ ଗ୍ରାମ ତଥା ଆଖ ପାଖ ଅଞ୍ଚଳର ସମସ୍ତ ବୃଦ୍ଧବୃଦ୍ଧାମାନଙ୍କୁ ସମ୍ମାନ ଜଣାଇ ତାଙ୍କର ଆଶୀର୍ବାଦ ଗ୍ରହଣ କରିଛନ୍ତି। ଏହି ପରମ୍ପରାକୁ ନିରବଚ୍ଛିନ୍ନ ରଖି ପାଇଁ ଆଜି ଗ୍ରାମର ପୁରୁଣା ହନୁମାନ ମନ୍ଦିର ପ୍ରାଙ୍ଗଣରେ ଗ୍ରାମର ଯୁବ ପୀଢ଼ି ବୃଦ୍ଧମାନଙ୍କ ଗହଣରେ ନୂତନ ବର୍ଷକୁ ସ୍ବାଗତ କରିଛନ୍ତି। ଏହି ଅବସରରେ କିଛି ବ୍ୟକ୍ତିଙ୍କର ଅତୀତର ସ୍ମୃତିକୁ ମଧ୍ୟ ପୁଣି ଥରେମାନେ ପକାଇଛନ୍ତି ଯେଉଁମାନେ ଆଉ ତାଙ୍କ ଗହଣରେ ନାହାନ୍ତି। ତେଣୁ ସ୍ବର୍ଗତ ଜପେଶ୍ବରୀ ପ୍ରଧାନ, ଭଗବାନ ପ୍ରଧାନ, ସ୍ନିଗ୍ଧା ପ୍ରଧାନ, ଅମୃତା ଗଡ଼ତିଆ, ବୁଲା ନାଏକ, ଲକ୍ଷପତି ସାହୁ, ହେମକାନ୍ତ ଗଡତିଆ, ରଞ୍ଜନ ନାଏକ, ଡାଳିମ୍ବ ପୋଡ଼, କୈଳାଶ ଗଡତିଆ, ତରଣିସେନ ଗଡତିଆ, ଟୁଟୁନ ଦାଶ, ଶାନ୍ତି ପ୍ରଧାନ, ସୁଲୋଚନା ଗଡତିଆ, ଆଦିତ୍ୟ ଦାଶ, ଭାଗିରଥି ସାହୁ, ବିଶି ସାହୁ, ସୁଶୀଳା ପ୍ରଧାନ, ଅଧିକାରୀ ପ୍ରଧାନ ଓ ନିଖିଲା ଗଡତିଆ ଆଦିଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ। ଏହାପରେ ସେମାନଙ୍କ ଫଟୋ ଚିତ୍ରରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

 

ଏହାପରେ କୁନି କୁନି ପିଲାମାନେ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ଗ୍ରାମର ତଥା ଆଖପାଖର ବୃଦ୍ଧା ଓ ବୃଦ୍ଧା ମାନଙ୍କ ପାଦଧୋଇ ପୂର୍ବକ ଫୁଲ ଚନ୍ଦନ ଦେଇ ପୂଜା କରିଥିଲେ। କାନ୍ଧରେ ଉତ୍ତରୀୟ ଦେଇ ଆଶୀର୍ବାଦ ଗ୍ରହଣ କରିଥିଲେ। ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରିଥିଲେ। ଗ୍ରାମର ସମସ୍ତ ଯୁବ ପିଢ଼ି ତଥା ଭଦ୍ର ବ୍ୟକ୍ତି ଏଥିରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମକୁ ଆହୁରି ସ୍ମୃତିମଧୁର କରିବା ପାଇଁ ସମ୍ବଲପୁର ଦଳେଇପଡ଼ାର ସୀତା ଦାଶ ଓ ସାଥିଙ୍କ ଦ୍ବାରା ସକାଳ ସାତ ଟାରୁ ସନ୍ଧ୍ୟା ସାତଟା ପର୍ଯ୍ୟନ୍ତ ଭଜନ ପରିବେଷଣ କରାଯାଇଥିଲା।

Comments are closed.