ଜେଏସଡବ୍ଲ୍ୟୁ-ଭୁଷଣ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ରେଙ୍ଗାଲି:ସମ୍ବଲପୁର ଜିଲାର ଠେଲକୋଲୋଇ ଠାରେ ପ୍ରତିଷ୍ଠିତ ଜେ.ଏସ୍.ଡବ୍ଳୁ-ଭୁଷଣ କାରଖାନା ପକ୍ଷରୁ ସଡକ ସୁରକ୍ଷା, ନିରାପଦ ଓ ସୁରକ୍ଷିତ ଯାନବାହାନ ଚଳାଚଳ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କମ୍ପାନୀର ନିର୍ଦ୍ଦେଶକ ଅନୀଲ ସିଂହଙ୍କ ନିର୍ଦ୍ଦେଶ ଓ ତତ୍ତ୍ବାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ କାରଖାନାରେ କାର୍ଯ୍ୟରତ କର୍ମଚାରୀ, ଠିକା କର୍ମଚାରୀମାନଙ୍କୁ ଦୁଇ ଚକିଆ, ଚାରି ଚକିଆ ଏବଂ ଭାରିଯାନ ଚଳାଚଳ କରିବା ସମୟରେ ହେଲମେଟ ଓ ସିଟ୍ ବେଲ୍ଟ ପରିଧାନ କରି ଟ୍ରାଫିକ ନିୟମ ପାଳନ କରିବା ଉପରେ ସଚେତନ କରାଯିବା ସହିତ କମ୍ପାନୀର ଡ୍ରେସ୍ କୋଡ୍ ନିୟମ ପାଳନ କରିବା ଏବଂ ନିରାପଦ ଓ ସୁରକ୍ଷିତ ତଥା ରକ୍ଷଣାତ୍ମକ ଗାଡି ଚାଳନା ସଂକ୍ରାନ୍ତରେ ସଚେତନ କରି ତାଲିମ ପ୍ରଦାନ କରାଯାଇଥିଲା।

 

ଏହି ଅବସରରେ କମ୍ପାନୀର ଉପ-ସଭାତି(ପ୍ରଶାସନିକ) ଧନଞ୍ଜୟ ସିହ୍ନା, ସିକ୍ୟୁରିଟି ଓ ଭିଜିଲାନ୍ସ ବିଭାଗ ଏବିଭିପି ମନୋଜ କୁମାର ସିଂହ, ଉପଦେଷ୍ଟା ସୁଶିଲ ପାଣିଗ୍ରାହୀ ଝାରସୁଗୁଡ଼ା ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଲମ୍ବୋଦର ବୁଡାଙ୍କୁ ସାକ୍ଷାତ କରି ଟ୍ରାଫିକ ନିୟନ୍ତ୍ରଣ ସକାଶେ କମ୍ପାନୀ ତରଫରୁ ୫୫ଟି ରୋଡ୍ ବେରିଅର୍ ପ୍ରଦାନ କରି ଥିଲେ। କମ୍ପାନୀ ପକ୍ଷରୁ ଚାଲିଥିବା ଏହି କାର୍ଯ୍ୟକ୍ରମକୁ ଝାରସୁଗୁଡ଼ା ଜିଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ପ୍ରଶଂସା କରିଛନ୍ତି।

Comments are closed.