ଖାଲଖମାରେ ଭର୍ତ୍ତି ଆନ୍ତଃ ରାଜ୍ୟ ରାସ୍ତା,ପାଲଟିଛି ଦୁର୍ଘଟଣା ପ୍ରବଣ

ରେଙ୍ଗାଲି: ସମ୍ବଲପୁର ସହର ଉପକଣ୍ଠରେ ଥିବା ସିନ୍ଦୁରପଙ୍କ ଛକରୁ ଠେମରା,ପରମାଣପୁର, କୁସୁମଡିହି, ଝାଙ୍କରପାଲି, ସୋଢାମାଲ, ସମାସିଂହା, ସାହାସପୁର ଲଇକେରା, ଝରିଆବାହାଲ, ବଡଗାଁ, ରାଞ୍ଚିଛକ, ସିମଡେଗା, ଲୋହାରଡାଗା ଦେଇ ରାଞ୍ଚି କୁ ସଂଯୋଗ କରୁଥିବା ରାଜ୍ୟ ତଥା ଜିଲାର ସର୍ବ ପୁରାତନ ରାସ୍ତା ପୁରୁଣା ରାଞ୍ଚିରୋଡ୍ ଅତି ଦୟନିୟ ଅବସ୍ଥାରେ ବର୍ଷାଧିକ କାଳ ହେଲା ଅସଂଖ୍ୟ ଖାଲଖମାରେ ପରିପୂର୍ଣ୍ଣ ହୋଇ ପଡିରହିଛି। ଖାଲଖମାରେ ପରିପୂର୍ଣ ହୋଇଥିବା ଏହି ରାସ୍ତା ଦୁର୍ଘଟଣା ପ୍ରବଣ ହୋଇଥିବାରୁ ସମ୍ବଲପୁର, ଝାରସୁଗୁଡା ଏବଂ ସୁନ୍ଦରଗଡ ଜିଲା ତଥା ଝାଡଖଣ୍ଡ ପ୍ରଦେଶର ବିଭିନ୍ନ ଗୁରୁତ୍ୱପୂର୍ଣ ସ୍ଥାନକୁ ଯାତାୟାତ ପାଇଁ ଯାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏହି ରାସ୍ତା ମରାମତି ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି।

Comments are closed.