ଗଛଟିଏ ଲଗାଇବା ପାଇଁ ସଚେତନତା ସୃଷ୍ଟି

ରେଙ୍ଗାଲି: ରେଙ୍ଗାଲି ନିକଟସ୍ଥ ରମ୍ପେଲା କେମ୍ପ ଗ୍ରାମରେ ସ୍ୱାଧୀନ ଏକତା ସଙ୍ଗଠନ ଏବଂ ବନ ବିଭାଗର ମିଳିତ ସହଯୋଗରେ ବନ ମହୋତ୍ସବ ପାଳିତ ହୋଇଥିଲା। ଏହି ଅବସରରେ ରାସ୍ତାର ଉଭୟ ପାର୍ଶ୍ବରେ ଚାରା ରୋପଣ କରାଯିବା ସହିତ ଗଛଟିଏ ଲଗାଇବା ପାଇଁ ସଚେତନତା ସୃଷ୍ଟି କରାଯାଇଥିଲା ଏବଂ ଗ୍ରାମର ପ୍ରତ୍ୟେକ ପରିବାରକୁ ଦୁଇଟି ଲେଖାଏଁ ଚାରା ଚାରା ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରେଙ୍ଗାଲି ରେଞ୍ଜର ହରିହର ପାତ୍ର ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ବିଆର୍ସିସି ବିନୋଦ ବିହାରୀ ନନ୍ଦ, ପୂର୍ବତନ ସରପଞ୍ଚ ଲକ୍ଷ୍ମୀନାରାୟଣ ସାହୁ, ବାବୁଲୁ ଗହୀର, ସଲିମ ଖାନ୍, ଲଲିତ ସାହୁ ପ୍ରମୁଖ ସମ୍ମ୍ାନିତ ଅତିଥି ରୂପେ ଯୋଗ ଦେଇ ବୃକ୍ଷ ଚାରାରୋପଣ ର ଶୁଭାରମ୍ଭ କରିଥିଲେ। ସ୍ୱାଧୀନ ଏକତା ସଙ୍ଗଠନ ର ସଭାପତି ରାଜୀବ କୁମାର ମିଶ୍ର, ସମ୍ପାଦକ ରାଜୀବ କୁମାର ମିଶ୍ର, ସହ-ସମ୍ପାଦକ ଦିବ୍ୟକିଶୋର ସରାଫ, ପଦ୍ମନାଭ ଭୋଇ, ଜିତେନ୍ଦ୍ର ତ୍ରିପାଠି, ପ୍ରକଳ୍ପ ପଟେଲ,ରାଜେଶ ସାହୁ, ଜଗନ୍ନାଥ ମାହାଣା ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

Comments are closed.