ନିଖୋଜ ଯୁବକର ମୃତ ଦେହ ଉଦ୍ଧାର

ରେଙ୍ଗାଲି: ରେଙ୍ଗାଲି ସମଲେଇପଡା ର ଶେଷଦେବ ଜୟପୁରିଆ ନାମକ ଜନୈକ ୩୬ ବର୍ଷ ବୟସ୍କ ଯୁବକ ଶନିବାର ସକାଳ ବେଳା କାମ କରିବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ନିଖୋଜ ଥିବା ସଂକ୍ରାନ୍ତରେ ଶେଷଦେବର ବଡ ଭାଇ ଦୟାନନ୍ଦ ରେଙ୍ଗାଲି ଥାନାରେ ରିପୋର୍ଟ କରିଥିଲେ। ଆଜି ସକାଳୁ ରେଙ୍ଗାଲି ସ୍ଥିତ ସରକାରୀ ପଳିଟେକ୍ନିକ କଳେଜ ପଛ ପଟେ ଥିବା ସାଳଡ ବ୍ରିଜ ପାଖ ରେଏକ ମୃତ ଦେହ ପଡିଥିବା ର ଦେଖି ସ୍ଥାନିୟ ଲୋକେ ପୁଳିସକୁ ସୂଚନା ଦେଇଥିଲେ। ପୁଳିସ ଘଟଣା ସ୍ଥଳକୁ ପହଞ୍ଚି ମୃତକର ବଡଭାଇ ଦୟାନନ୍ଦକୁ ଡାକି ଶବ ଚିହ୍ନଟ କରାଇ ପଞ୍ଚନାମା କଲାପରେ ବ୍ୟବଚ୍ଛେଦ ପାଇଁ ପଠାଇ ଥିବାର ଜଣାପଡିଛି। ଏସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଘଟଣା ର ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଧବଳେଶ୍ୱର ସାହୁ କହିଛନ୍ତି।

Comments are closed.