ପଟାମାଲରେ ହାତୀ ତାଣ୍ଡବ, ଘର ଭାଙ୍ଗି ଧାନ ଚାଉଲ ଖାଇଲେ

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍‍ ତଥା ରେଙ୍ଗାଲି ବନାଞ୍ଚଳ ଅଧିନସ୍ଥ ଝାଙ୍କରପାଲି ପଞ୍ଚାୟତ ବାସୁପାଲି ନିକଟସ୍ଥ ପଟାମାଲ ଗ୍ରାମ ରେ ଗତ ରାତି ବଣୁଆଁ ହାତୀ ଉପଦ୍ରବ କରି ଶିବଲାଲ୍‍ ମୁଣ୍ଡା ଏବଂ ମଧୁ ମୁଣ୍ଡା ଙ୍କ ଘର ଭାଙ୍ଗି ଦେଇ ଘର ଭିତରେ ଥିବା ଧାନ ଚାଉଲ ଖାଇ ଦେଇଥିବାର ଜଣାପଡିଛି। ହାତୀ ଉପଦ୍ରବ ରେ ଘର କାନ୍ଥ ଭାଙ୍ଗି ଯିବା ଫଳ ରେ ବହୁ ଆସବାବ ପତ୍ର ମଧ୍ୟ ଭାଙ୍ଗି ଚୁରମାର୍‍ ହୋଇ ଯାଇଛି। ଘର ଭାଙ୍ଗି ଦେଇ ଧାନ ଚାଉଲ ଖାଇବା ବ୍ୟତୀତ ଲାଲ୍‍ଧାରୀ ନାଏକ ନାମକ ଚାଷୀ ତାଙ୍କ ଚାଷ ଜମି ରେ ରୂା କରିବା ପାଇଁ ପକାଇଥିବା ପହ୍ଲା ମାଡି ଦଳି ଛାରଖାର କରି ଦେଇଥିବାର ଦେଖିବାକୁ ମିଳିଛି। କ୍ଷୟକ୍ଷତି ଆକଳନ କରାଯାଇ ହାତୀ ଉପଦ୍ରବ ରେ କ୍ଷତିଗ୍ରସ୍ତ ହୋଇଥିବା ପରିବାର କୁ କ୍ଷତି ପୂରଣ ଦେବାକୁ ଦାବୀ ହେଉଛି। ଦୀର୍ଘଦିନ ପରେ ହାତୀ ଉପଦ୍ରବ ପୁଣି ଆରମ୍ଭ ହୋଇଯାଇଥିବାରୁ ଜନସାଧାରଣ ଆତଙ୍କିତ ହୋଇ ପଡିଛନ୍ତି। ହାତୀ ଉପଦ୍ରବ ରୁ ରକ୍ଷା କରିବା ପାଇଁ ବନବିଭାଗ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା କୁ ତ୍ୱରାନ୍ୱିତ କରି ହାତୀ ଘଉଡାଇବା ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବୀ ହେଉଛି।

Comments are closed.