ସମାଜ ପ୍ରଭାବ, ଆରମ୍ଭ ହେଲା ଅସମ୍ପୂର୍ଣ ରାସ୍ତା କାମ

ରେଙ୍ଗାଲି: ଜୁନ ୨୧ ତାରିଖ ସୋମବାର ଦିନ ଦୈନିକ “ସମାଜ” ରେ ଅପନ୍ତରା ହୋଇ ପଡିଛି “ଧୁବେନଛାପଲ-ଖଡିଆପାଲି” ରାସ୍ତା ଶୀର୍ଷକ ଏକ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶିତ ହେଲା ପରେ ପୂର୍ତ୍ତ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଅସମ୍ପୂର୍ଣ ଏବଂ ଅପନ୍ତରା ଅବସ୍ଥାରେ ପଡିଥିବା କଳଭର୍ଟ କାମ ଏବଂ ଏସ୍‍.ଏଚ୍‍ ୧୦ରୁ ଧୁବେନଛାପଲ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ମେଟାଲିଂ ତଥା ଅନ୍ୟ ଅସମ୍ପୁର୍ଣ କାମ ସବୁ ସମ୍ପୂର୍ଣ କରିବା କାର୍ଯ୍ୟ ଯୁଦ୍ଧକାଳିନ ଭିତ୍ତିରେ ଚାଲିଥିବାର ଦେଖିବାକୁ ମିଳିଛି। ସୂଚିତ ଯେ ଅସମ୍ପୂର୍ଣ ଅବସ୍ଥାରେ ରାସ୍ତା କାମ ବନ୍ଦ କରି ଦେଇଥିବାରୁ ଗମନାଗମନ ପାଇଁ ନାହିଁ ନଥିବା ଅସୁବିୁଧାର ସମ୍ମୁଖିନ ହେଉଥିଲେ।

Comments are closed.