ଆଦିତ୍ୟ ଆଲୁମିନା ପକ୍ଷରୁ ବିଶ୍ୱ ପରିବେଶ ଦିବସ

ରେଙ୍ଗାଲି: ସମ୍ବଲପୁର ଜିଲା କିଲାସମା ପଞ୍ଚାୟତ ଅନ୍ତର୍ଗତ ପିତାପାଲି ଗ୍ରାମରେ ଗତ କାଳି ଆଦିତ୍ୟ ଆଲୁମିନା ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବନ ବିଭାଗ କର୍ମଚାରୀ ପ୍ରଣତି ମିଶ୍ର, କିଲାସମା ସରପଞ୍ଚ ପ୍ରଶାନ୍ତ ବାରିକ, ରେଙ୍ଗାଲି ବ୍ଳକ୍ ଉପାଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରଓାଲା,ସ୍ୱାଧିନ ଏକତା ସଙ୍ଗଠନର ସଭାପତି ରାଜୀବ କୁମାର ମିଶ୍ର, ଆଦିତ୍ୟ ଆଲୁମିନା ପ୍ରକଳ୍ପର ମୁଖ୍ୟ ସତ୍ୟପ୍ରକାଶ ଦାସ, ସିଏସ୍ଆର୍ ମୁଖ୍ୟ ସ୍ୱେତା ଉପାଧ୍ୟାୟ ଏବଂ ଅମ୍ବୁଜ ମିତ୍ତଲ ପ୍ରମୁଖ ଯୋଗ ଦେଇଥିଲେ। ଏହିଅବସରରେ କମ୍ପାନୀ ପକ୍ଷରୁ ଦୁଇ ହଜାର ପରିବାରର ବାଡି ବଗିଚାରେ ଆଗାମୀ ବନ ମହୋତ୍ସବ ପୂର୍ବରୁ ୧୮ ହଜାର ଫଳ ଭୋଗୀ ବୃକ୍ଷ ଚାରା ରୋପଣ କରାଯିବ ବୋଲି ଘୋଷଣା କରାଯାଇଥିଲା।

 

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଦୀପ ପ୍ରଜ୍ଜଳନ କରାଯିବା ପରେ ନିମନ୍ତ୍ରୀତ ଅତିଥି ଏବଂ କମ୍ପାନୀ ଅଧିକାରୀ ମାନେ ପରିବେଶ ସୁରକ୍ଷା ଏବଂ ବୃକ୍ଷ ରୋପଣ ଉପରେ ସର୍ବଦା ଗୁରୁତ୍ୱ ଦେବାକୁ ସମବେତ ଜନ ସାଧାରଣଙ୍କୁ ଆହ୍ୱାନ ଦେଇଥିଲେ। ସିଏସଆର୍ ଟିମ୍ ମେମ୍ବର ପରିବେଶ ସଚେତନତା ଉପରେ ଅଧାରିତ ଗୀତ ପରିବେଶଷଣ କରିବା ସହିତ ରଙ୍ଗୋଲି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ପିତାପାଲି ଗ୍ରାମ ର ୭୭ଟି ପରିବାର କୁ ବୃକ୍ଷ ରୋପଣ ପାଇଁ ଚାରା ବଣ୍ଠନ କରାଯାଇଥିଲା।ଏହି ଅବସର ରେ ପରିବେଶ ସୁରକ୍ଷା ଏବଂ ପରିବେଶ ସନ୍ତୁଳନ ରକ୍ଷା ପାଇଁ ଶପଥ ନିଆଯାଇଥିଲା।

Comments are closed.