ଅମୃତ ମହୋତ୍ସବ ପାଇଁ ଶ୍ରମିକ ସଂଘ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ରେଙ୍ଗାଲି: ଆଜାଦି କି ଅମୃତ୍‍ ମହୋତ୍ସବ ଉପଲକ୍ଷେ ରେଙ୍ଗାଲି ବ୍ଲକ ଖିଣ୍ଡା ଠାରେ ବୀର ସୁରେନ୍ଦ୍ର ସାଏ ଶ୍ରମିକ ସଂଘ ପକ୍ଷରୁ ଆଜି ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଖିଣ୍ଡା ସରପଞ୍ଚ ସନଦ୍ୟାରାଣୀ ପଧାନ, ସମିତି ସଭ୍ୟ ଅନିତା ସିଂହ, ଶ୍ରମିକ ସଂଘ ର କାର୍ଯ୍ୟକାରୀ ସଭାପତି ବାବୁଲୁ ରାଉତ, ଏନ୍‍.ଏଲ୍‍.ସି କମ୍ପାନୀର ଡେପୁଟି ଜେନେରାଲ୍‍ ମ୍ୟାନେଜର୍‍ ନୀରଜ ସିହ୍ନା, ପ୍ରଭଞ୍ଜନ ମହାପାତ୍ର, ଅଦାନୀ କମ୍ପାନୀର ମାନବ ସମ୍ବଳ ଅଧିକାରୀ ସୁଶାନ୍ତ ମିଶ୍ର ଏବଂ ସଂଘର ସଭ୍ୟ ତଥା ଅଞ୍ଚଳର ବହୁ ସଂଖ୍ୟକ ସଚେତନ ନାଗରିକ, ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟ ଅଂଶ ଗ୍ରହଣ କରିଥିଲେ। ତ୍ରିରଙ୍ଗା ଶୋଭାଯାତ୍ରାକାରୀମାନେ ଖିଣ୍ଡା ଛକ ଠାରେ ଥିବା ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତି ସ୍ଥଳରୁ ଶୋଭାଯାତ୍ରାରେ ବାହାରି ଗ୍ରାମ୍ୟ ପରିକ୍ରମା କରିଥିଲେ।

Comments are closed.