କଂଗ୍ରେସ ପକ୍ଷରୁ ସ୍ୱାଧିନତାର ଗୌରବ ଯାତ୍ରା

ରେଙ୍ଗାଲି: ସ୍ୱାଧିନତା ପ୍ରାପ୍ତିର ୭୫ ବର୍ଷ ଉପଲକ୍ଷେ ଅଖିଳ ଭାରତ କଂଗ୍ରେସ କମିଟୀର ଆହ୍ୱାନ କ୍ରମେ ରେଙ୍ଗାଲି ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକର ଘିଚାମୁରା ଗ୍ରାମରେ ସ୍ୱାଧିନତାର ଗୌରବ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଦୁର୍ଯୋଧନ ଗଡ଼଼ିର୍ଆ, ଜିଲ୍ଲା କଂଗ୍ରେସ କମିଟୀ ସମ୍ପାଦକ ସୁବାଷ ବିଶ୍ୱାଲ, ବ୍ଲକ କଂଗ୍ରେସ ସଭାପତି ଚତୁର୍ଭୁଜ ଝାଙ୍କର, ଜିଲ୍ଲା କଂଗ୍ରେସ କମିଟୀର ଉପ-ସଭାପତି ସରୋଜ ପୁଜାରୀ, ଅନିଳ ବେହେରା, ମୋହନ ନାଏକ, କ୍ଷିରୋଦ କୁମ୍ଭାର ସଦାନ୍ଦ ବ୍ରିନେଡ୍‍ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ନେତା ଏବଂ କର୍ମୀମାନେ ଶୋଭାଯାତ୍ରାରେ ତ୍ରିରଙ୍ଗା ପତାକା ଧରଗ୍ରାମ୍ୟ ପରିକ୍ରମା କରିଥିଲେ।

Comments are closed.