ଲଗାଣ ବର୍ଷା ଯୋଗୂଁ ଘର ଭାଙ୍ଗି ୨ ପରିବାର ଗୃହ ଶୂନ୍ୟ

ରେଙ୍ଗାଲି: କିଛି ଦିନ ହେଲା ଲଗାଣ ବର୍ଷା ହେବା ଫଳରେ ରେଙ୍ଗାଲି ବ୍ଲକ ଲଇଡା ଗ୍ରାମ ପଞ୍ଚାୟତର ରଙ୍ଗିଟିକ୍ରା ଗ୍ରାମର ଘେନ ଧୁରୁଆ ନାମ୍ନୀ ଜନୈକ ଅସହାୟ ମହିଳାଙ୍କଙ୍କ ମାଟି ତିଆରି ଘର କାନ୍ଥ ଭୁଷୂଡି ଯାଇ ସେ ଗୃହ ଶୂନ୍ୟ ଅବସ୍ଥାରେ ଅଛନ୍ତି।

ଘେନ ଧୁରୁଆଙ୍କ ବ୍ୟତୀତ ଲଇଡା ଗ୍ରାମର ଭୁୟାଁଁପଡ଼ାର ଦିବାକର ଧରେଇଙ୍କ ଘର ମଧ୍ୟ କ୍ରମାଗତ ଲଗାଣ ବର୍ଷାରେ ଭୂଷୁଡି ଯାଇଥିବା ଦେଖିବାକୁ ମିଳିଛି। ଦିବାକର ଏବଂ ତାଙ୍କ ପତ୍ନୀ ପଡୋଶୀଙ୍କ ଘରେ ଆଶ୍ରୟ ନେଇଛନ୍ତି। ପ୍ରଶାସନ ପକ୍ଷରୁ ଏହାର ଉପଯୁକ୍ତ ତଦନ୍ତ କରାଯାଇ ଉଭୟ ପରିବାରକୁ କ୍ଷତି ପୂରଣ ପ୍ରଦାନ କରିବା ସହିତ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ଦାବୀ ହେଉଛି।

Comments are closed.