ଦ୍ୱିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, କିଶାନ ବ୍ରଦର୍ସ ସୁନ୍ଦରଗଡ଼ ଚମ୍ପିଆନ୍‍

ରେଙ୍ଗାଲି: ରେଙ୍ଗାଲି ନିକଟସ୍ଥ ସାଲେପଡ଼ା ଠାରେ ଚାଲିଥିବା ଦ୍ୱିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‍ଯାପିତ ହୋଇଛି। ସାଲେପଡ଼ା ଯୁବକ ସଂଘ ପକ୍ଷରୁ ଆୟୋଜିତ ଏହି ଟୁର୍ଣାମେଣ୍ଟରେ ବିଭିନ୍ନ ଅଞ୍ଚଳର ୧୬ ଟି ଦଳ ଅଂଶ ଗ୍ରହଣ କରିଥିଲେ। ଫାଇନାଲରେ ସୁନ୍ଦରଗଡ଼ର କିଶାନ ବ୍ରତର୍ସ ସମ୍ବଲପୁରର ଡ୍ରିମ୍‍ ଇଲେଭେନକୁ ପରାସ୍ତ କରି ଚମ୍ପିଆନ୍‍ ଅଖ୍ୟା ଅର୍ଜନ କରିଛି। ଖେଳ ଶେଷରେ ଆୟୋଜିତ ଟ୍ରଫି୍‍ ପ୍ରଦାନ ଉତ୍ସବରେ ବିକେଡି ନେତା ମହେନ୍ଦ୍ର ଓରାମ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଜେତା ଦଳକୁ ଚମ୍ପିଆନ୍‍ ଟ୍ରଫି ସହ ୩୦ ହଜାର ଟଙ୍କା ଏବଂ ପରାଜିତ ଦଳକୁ ରନର୍ସ୍‍ ଅପ୍‍ ଟ୍ରଫି ସହିତ ୨୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ।

Comments are closed.