ବାସୁପାଲି ହେଲା ସୁକନ୍ୟା ସମୃଦ୍ଧି ଗ୍ରାମ

ରେଙ୍ଗାଲି: ସମ୍ବଲପୁର ଡାକ ଅଧିକ୍ଷକ ବିପିନ ବିହାରୀ ନେଗୀ ରେଙ୍ଗାଲି ବ୍ଳକ୍‍ ଝାଙ୍କରପାଲି ପଞ୍ଚାୟତ ଅନ୍ତର୍ଗତ ବାସୁପାଲି ଗ୍ରାମକୁ ସୁକନ୍ୟା ସମୃଦ୍ଧି ଯୋଜନା ଗ୍ରାମ ରୂପେ ଘୋଷଣା କରିଛନ୍ତି। ଆଜି ବାସୁପାଲି ଗ୍ରାମରେ ସୁକନ୍ୟା ସମୃଦ୍ଧି ଯୋଜନାରେ ଖୋଲା ଯାଇଥିବା ସଞ୍ଚୟ ପାସ୍‍ ବୁକ୍‍ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଡାକ ଅଧିକ୍ଷକ ବିପିନବିହାରୀ ନେଗୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ୭୪ ଜଣ ହିତାଧିକାରୀଙ୍କୁ ସୁକନ୍ୟା ଯୋଜନାରେ ଖୋଲିଥିବା ପାସ୍‍ ବୁକ୍‍ ବଣ୍ଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ସହକାରୀ ଡାକ ଅଧିକ୍ଷକ ଶମ୍ଭୁ କୁମାର ସିଂ, ଅବସରପ୍ରାପ୍ତ ଶିକ୍ଷକ ଗୁଣନିଧି ଧୁରୁଆ, ଶାଖାରାମ ପାତ୍ର ମଞ୍ଚାସୀନ ଥିଲେ। ଡାକ ଅଧିକ୍ଷକ ଶ୍ରୀନେଗୀ ଏବଂ ସହାକାରୀ ଡାକ ଅଧିକ୍ଷକ ଶ୍ରୀ ସିଂ ସୁକନ୍ୟା ସମୃଦ୍ଧି ଯୋଜନାର ବିଭିନ୍ନ ଦିଗ ଏବଂ ଏହାର ଉପକାରିତା ଉପରେ ସମବେତ ଜନସାଧାରଣଙ୍କୁ ପ୍ରାଞ୍ଜଳ ଭାବରେ ଅବଗତ କରାଇ ଏହା ଏକ ଜନହିତକର ଯୋଜନା ବୋଲି ମତବ୍ୟକ୍ତ କରିଥିଲେ। ଏହି ଯୋଜନାରେ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବାସୁପାଲି ଶାଖା ପୋଷ୍ଟ ଅଫିସ ର ପୋଷ୍ଟ ମାଷ୍ଟର ପ୍ରତ୍ୟୁଷ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ସୁକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Comments are closed.