କ୍ଷତିପୂରଣ ନାହିଁ କି ନିଯୁକ୍ତି ନାହିଁ, ବିଷ ପିଇଦେଲେ କ୍ଷତିଗ୍ରସ୍ତ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଖିଣ୍ଡା ଗ୍ରାମ ପଞ୍ଚାୟତରେ ଥିବା ତଲାବିରା (୨) ଏବଂ (୩) କୋଇଲା ଖଣିରୁ କୋଇଲା ଖନନ ଏବଂ ଉତ୍ତୋଳନ କାମ ଜୋରସୋରରେ ଚାଲିଛି। ତେବେ ସଂପୃକ୍ତ ଅଞ୍ଚଳର ଅନେକ ଜମି ଅଧିଗ୍ରହଣ କରା ଯାଇ ନ ଥିଲେ ମଧ୍ୟ କ୍ଷତିପୂରଣ ନଦେଇ କିମ୍ବା ଚାକିରି ନଦେଇ ଜୋର୍‍ ଜବରଦସ୍ତି ମାସ ଡମ୍ପିଂ କରଯାଉଥିବା ଅଭିଯୋଗ ହେଉଛି। ଏଭଳି ଏକ ଘଟଣାରେ ନିରାଶ ଏବଂ ହତାସ ହୋଇ ବୁଧିଆପାଲି ଗ୍ରାମର ରାଜୁ ବୁଧିଆ ନାମକ ଜନୈକ ଜମି ମାଲିକ ବିଷପିଇ ଦେଇ ଆତ୍ମହତ୍ୟା କରିବା ଭଲି ପଦକ୍ଷେପ ନେଇଛନ୍ତି।

ସୂଚନା ଅନୁଯାୟୀ ରାଜୁ ବୁଧିଆଙ୍କ ଜମି କମ୍ପାନୀ ଅଧିଗ୍ରହଣ ଗ୍ରହଣ କରି ନଥିଲେ ମଧ୍ୟ ତାଙ୍କ ଜମି ଉପରେ ମାଟି ଡମ୍ପିଂ କରୁଥିବା ଖବର ପାଇଥିଲେ। ଖବର ପାଇ ରାଜୁ ଘଟଣାସ୍ଥଳରେ ପହଞ୍ଚି ମାଟି ଡମ୍ପିଂ ବନ୍ଦ କରିବାକୁ କହିଥିଲେ। ପ୍ରଥମେ ଜମିର କ୍ଷତିପୂରଣ ଦିଅ ଏବ ଚାକିରି ଦିଅ ତା’ପରେ ଯାଇ ମାଟି ମାଟି ଡମ୍ପିଂ କରିବ ନଚେତ୍‍ ମାଟି ଡମ୍ପିଂ କରିବାକୁ ଦେବି ନାହିଁ ବୋଲି ରାଜୁ ବୁଧିଆ ଯୁକ୍ତି ବାଢିଥିଲେ। ଏହା ସତ୍ୱେ କମ୍ପାନୀ ଠିକାଦାର ଦାଦାଗିରି କରି ରାଜୁ ବୁଧିଆଙ୍କ ଜମି ଉପରେ ମାଟି ଡମ୍ପିଂ କରିବା ଜାରି ରଖିଥିଲେ। ଏପରିକି ମାଟି ଡମ୍ପିଂ ବନ୍ଦ ନକଲେ ବିଷ ପିଇ ଆତ୍ମହତ୍ୟା କରିବି ବୋଲି ରାଜୁ ଚେତାବନୀ ଦେବାସତ୍ୱେ ମଧ୍ୟ ଡମ୍ପିଂ କାମ ଜାରି ରହିବାରୁ ରାଜୁ ଉତ୍‍କ୍ଷିପ୍ତ ହୋଇ ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଝାରସୁଗୁଡା ସଦର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ରାଜୁ ଏବେ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି।

Comments are closed.