ଆଦିତ୍ୟ ଆଲୁମିନା ପକ୍ଷରୁ ବିଶ୍ବ ସ୍ତନ୍ୟପାନ ସପ୍ତାହ

ରେଙ୍ଗାଲି: ଲପଙ୍ଗା ସ୍ଥିତ ଆଦିତ୍ୟ ଆଲୁମିନିୟମ କମ୍ପାନୀ ପକ୍ଷରୁ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି। କତରବଗା, ଲହମନି, ଗୁମକାରମା, ଲପଙ୍ଗା, ଢର୍ରୋପାଣି, ଲୁଧାପାଲି ଆଦି ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ରେ କାର୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେଇଥିବା ୨୪୪ ଜଣ ଗର୍ଭବତି ଓ ପ୍ରସୂତି ମହିଲା ମାନଙ୍କୁ ସ୍ତନ୍ୟପାନର ଉପକାରିତା ଏବଂ ଆବଶ୍ୟକତା ଉପରେ ସଚେତନ କରାଯାଇଥିଲା। ଏହି ଅବସରରେ ସ୍ତନ୍ୟପାନ ସମ୍ପର୍କରେ ପ୍ରଶ୍ନୋତ୍ତର କାର୍ୟ୍ୟକ୍ରମ ଅନୁଷ୍ଠିତ କରାଯାଇ କୃତି ପ୍ରତିଯୋଗିଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

କାର୍ୟ୍ୟକ୍ରମରେ ଆଦିତ୍ୟ ଆଲୁମିନିୟମ କମ୍ପାନୀର ଏଜଏମ୍ ସିଏସ୍ଆର ଶ୍ବେତା ଉପାଧ୍ୟାୟ, ଆଦିତ୍ୟ ଆଲୁମିନିୟମ ସ୍ବାସ୍ଥ୍ୟକେନ୍ଦ୍ରର ଡା.ଜଶପ୍ରୀତ୍, ଲଇଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପିଏଚ୍ଇଓ ଯଦୁମଣି ଗନିକ, ଆଦିତ୍ୟ ଆଲୁମିନିୟମର ସହ ପ୍ରବନ୍ଧକ ମନୋରଞ୍ଜନ ବେହେରା ଯୋଗଦେଇ ସ୍ତନ୍ୟପାନ ସପ୍ତାହ ପାଳନର ଲକ୍ଷ୍ୟ, ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ସଂପୃକ୍ତ ଅଞ୍ଚଳର ସମସ୍ତ ଅଙ୍ଗନବାଡି ଓ ଆଶାକର୍ମୀ ଯୋଗଦେଇଥିଲେ। ଆଦିତ୍ୟ ଆଲୁମିନିୟମର ବିଭିନ୍ନ ବିଭାଗର ପଦାଧିକାରୀ ମଧ୍ୟ କାର୍ୟ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ।

Comments are closed.