ରେଙ୍ଗାଲି ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଚାରାରୋପଣ ରୋପଣ କାର୍ୟ୍ୟକ୍ରମ

ରେଙ୍ଗାଲି : ରେଙ୍ଗାଲି ସ୍ଥିତ ଆଦର୍ଶ ବିଦ୍ୟାଳୟ ପରିସରରେ ଚାରାରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ବାଧୀନ ଏକତା ସଂଗଠନ ଓ ରେଙ୍ଗାଲି ବନ ବିଭାଗର ସହଯୋଗରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ପ୍ରତି ଜାଗରଣ କରାଇବା ନିମନ୍ତେ “ପରିବେଶ ଶୃଙ୍ଖଳାରେ ବୃକ୍ଷର ଭୂମିକା ” ବିଷୟ ବସ୍ତୁ ଆଧାରିତ ଏକ ବକୃତା ପ୍ରତିଯୋଗିତା ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଆୟୋଜନ କରାଯାଇଥିଲା। ଏହି ଅବସରରେ ପ୍ରାୟ ୧୦୦ ଚାରା ବିଦ୍ୟାଳୟ ପରିସରରେ ରୋପଣ କରାଯାଇଥିଲା ।
ଏହି କାର୍ୟ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ଭାବେ ରେଙ୍ଗାଲି ବନାଞ୍ଚଳର ବନପାଳ ରବିନ୍ଦ୍ର ବେହେରା ସ୍ବାଧୀନ ଏକତା ସଂଗଠନର କାର୍ୟ୍ୟକାରୀ ସଭାପତି ପଦ୍ମନାଭ ଭୋଇ,ବରିଷ୍ଠ ସଦସ୍ୟ ସରୋଜ ବିଶୋଇ, ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ରମଣୀ କାନ୍ତ ସାହୁ ମଞ୍ଚାସିନ ଥିଲେ ।
ବକୃତା ପ୍ରତିଯୋଗିତାର ବିଚାରକ ମଣ୍ଡଳିରେ ସଂଗଠନର ସଂଯୋଜକ ବାବୁଲୁ ଗହିର ବନୀତା ପ୍ରଧାନ ବିଚାରକ ରୂପେ ଯୋଗଦାନ କରିଥିଲେ । ବକୃତା ପ୍ରତିଯୋଗିତାର କନିଷ୍ଠ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଆଭାସ ମେହେର । ଦ୍ବିତୀୟ ସ୍ଥାନ ବେଣୁଧର ମେହେର ତୃତୀୟ ସ୍ଥାନ ପ୍ରାଚି ଓରାମ। ସେହିପରି ବରିଷ୍ଠ ବିଭାଗରେ ପ୍ରଥମ ସ୍ଥାନ ମନିଷା ମହାଣା ଦ୍ବିତୀୟ ସ୍ଥାନ ପ୍ଳାବନ ଚୌଧୁରୀ ଓ ତୃତୀୟ ସ୍ଥାନ ଚଞ୍ଚଳ ଚୌଧୁରୀ ଅଧିକାର କରିଥିଲେ।।
ଏହି କାର୍ୟ୍ୟକ୍ରମକୁ ବିଦ୍ୟାଳୟର ଶିକ୍ଷକ ନାରାୟଣ ପଟେଲ ପରିଚାଳନା କରିଥିଲେ ଓ ଶିକ୍ଷୟତ୍ରୀ ରଞ୍ଜିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ମାନେ ଉପସ୍ଥିତି ରହି କାର୍ୟ୍ୟକ୍ରମକୁ ସୂଚାରୁ ରୂପେ ତୁଳାଇ ଥିଲେ ।।

Comments are closed.