୩ ସପ୍ତାହ ହେଲା ସୌର ଚାଳିତ ପାନୀୟ ଜଳ ବ୍ୟବସ୍ଥା ଅଚଳ, କର୍ତ୍ତୃପକ୍ଷ ନୀରବ ଦ୍ରଷ୍ଟା

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ କିନାଲୋଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲୁହାଖଣ୍ଡି ଗ୍ରାମରେ ଥିବା ସୌରଚାଳିତ ନଳକୂପ ଗତ ୩ ସପ୍ତାହ ହେଲା ଅଚଳ ହୋଇ ପଡ଼ିଛି। ଫଳରେ ଏହି ନଳକୂପ ଉପରେ ନିର୍ଭର କରୁଥିବା ୧୮ରୁ ୨୦ ପରିବାର ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇ ଡହକ ବିକଳ ହେଉଛନ୍ତି। ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଯନ୍ତ୍ରୀଙ୍କୁ ଅଚଳାବସ୍ଥା ଦୂର କରି ପାନୀୟ ଜଳ ଯୋଗାଣ ସ୍ୱାଭାବିକ କରିବାକୁ ଗ୍ରାମବାସୀ ଏବଂ କିନାଲୋଇ ପଞ୍ଚାୟତର ସରପଞ୍ଚ ସରୋଜିନୀ କାଲୋ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି।

Comments are closed.