କାର ଧକ୍କାରେ ବାଇକ୍ ଆରୋହୀ ଗୁରୁତର

ରେଙ୍ଗାଲି: ସମ୍ବଲପୁର ରାଉରକେଲା ବିଜୁ ଏକ୍ସପ୍ରେସ ୱେର ଶାସନ ଥାନା ଅନ୍ତର୍ଗତ ଭାଲୁବାହଲ ଠାରେ ଏକ କାର ଧକ୍କାରେ ଜନୈକ ବାଇକ୍ ଆରୋହି ଗୁରୁତର ଆହତ ହୋଇଥିବାର ଜଣାପଡିଛି। ସୂଚନାଯୋଗ୍ୟ ବୁଧବାର ଦିନ ରାତି ପ୍ରାୟ ୯ଟା ସମୟରେ ଘିଚାମୁରା ଗ୍ରାମର ରାଜେଶ ପଟେଲ ଏକ ବାଇକ ଯୋଗେ ଯାଉଥିବା ବେଳେ ଏକ ଏମ ଜି ହେକ୍ଟର ଗାଡି ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବୁର୍ଲା ଡାକ୍ତରଖାନା ପଠାଯାଇଛି। ଶାସନ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଏମ ଜି ହେକ୍ଟର କାର୍ ଧକ୍କା ଦେଇଥିବାର ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।

Comments are closed.