ଅଜଣା ଟ୍ରକ ଧକ୍କାରେ ଦାଦା ଓ ପୁତୁରା ମୃତ

ରେଙ୍ଗାଲିକ୍ୟାମ୍ପ: ପଅତାବିରା ବ୍ଲକ ଦେବାହାଳ ଠାରେ ଜାତୀୟ ରାଜପଥ ଉପରେ ସମ୍ବଲପୁର ପଟକୁ ଯାଉଥିବା ଏକ ଅଜଣା ଟ୍ରକ ବିପରୀତ ଦିଗରେ ଯାଉଥିବା ଏକ ବାଇକକୁ ଧକ୍କାଦେବା ଫଳରେ ବାଇକରେ ଥିବା ଦାଦା ଓ ପୁତୁରାଙ୍କ ଘଟଣା ସ୍ଥଲରେ ମୃତ୍ୟୁ ଘଟିଛି।ସୂଚନା ଅନୁଯାୟୀ, ବରଗଡ଼ ସିମେଣ୍ଟ ନଗର ଖଲିଆପାଲିର ହେମନ୍ତ କଳେତ(୩୨) ଓ ରାଜେନ୍ଦ୍ର କଲେତ(୪୨) ଏକ ବାଇକରେ ଘରକୁ ଫେରୁଥିଲେ। କିନ୍ତୁ ଆଗପଟୁ ଏକ ଟ୍ରକ ଧକ୍କା ଦେଇ ଫେରାର ମାରିଥିଲା। ଖବର ପାଇ ଅତାବିରା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲା। ବାଇକରେ ଥିବା ଦୁଇଜଣଙ୍କ ଭିତରୁ ଜଣେ ସାମାନ୍ୟ ଓ ଜଣେ ଗୁରୁତର ଥିବା ଜଣାପଡିଥିଲା। ତେଣୁ ଅଧିକ ଗୁରୁତର ଥିବା ବ୍ୟକ୍ତିକୁ ବୁର୍ଲା ଓ ଅନ୍ୟ ଜଣକୁ ବରଗଡ଼ ଡାକ୍ତର ଖାନକୁ ପଠାଯାଇଥିବା ପୁଲିସ ପ୍ରକାଶ କରିଛି। କିନ୍ତୁ ଚିକିତ୍ସିତ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ଘଟିଛି। ମୃତ ହେମନ୍ତଙ୍କ ଭାଇ ସୁରେନ୍ଦ୍ର କଲେତ ଅତାବିରା ଥାନାରେ ଏକ ଲିଖିତ ଅଭିଯୋଗ କରି ଘଟଣାର ତଦନ୍ତ ପାଇଁ ଦାବି କରିଥିଲେ। ରାସ୍ତାରେ ଲାଗିଥିବା ସିସି କ୍ୟାମେରା ଫୁଟେଜକୁ ଦେଖି ଏହା ଉପରେ ଅଧିକରୁ ଅଧିକ ତଦନ୍ତ କରାଯାଇ ଘଟଣାର ସତ୍ୟତା ବାହାର କରାଯିବ ବୋଲି ଥାନା ଅଧିକାରୀ ପ୍ରକାଶ କରିଛନ୍ତି।

Comments are closed.