ପ୍ରେମ ବିବାହ ପରେ ଶାରୀରିକ ନିର୍ଯାତନା ଅଭିଯୋଗ

ରେଙ୍ଗାଲି: ପ୍ରେମ ବିବାହ କରି କିଛି ମାସ ପରେ ଶାରୀରିକ ନିର୍ଯାତନା ଦେଇ ହାତ ଗୋଡ ବାନ୍ଧି ରାସ୍ତା କଡରେ ଫଙ୍ଗି ଦେଲା ସ୍ୱାମୀ । ଏଭଳି ଏକ ଅବାନୀୟ ଘଟିଛି କତରବଗା ଥାନା ଅଞ୍ଚଳରେ । ଏହି ଘଟଣାରେ ସଂପୃକ୍ତ ଥିବା ସ୍ୱାମୀ ଶଶୁର ଏବଂ ଭିଣୋଇକୁ ପୁଳିସ ଗିରଫ କରି କୋର୍ଟ ଚାଲାଣ କରିଛି ।  ରେଙ୍ଗାଲି ବ୍ଳକର କତରବଗା ଥାନା ଅନ୍ତର୍ଗତ ପଧାନପାଲି ଗ୍ରାମ ଅଙ୍ଗଦ ମିର୍ଦ୍ଧା ନାମକ ଜନୈକ ଯୁବକ ରୁଣିମହୁଲ ଗ୍ରାମର କୁନ୍ତଲା ମିର୍ଦ୍ଧା ନାମକ ଯୁବତୀଙ୍କୁ ଲକଡାଉନ୍‌ ସମୟରେ ହୁମା ମନ୍ଦିରରେ ପ୍ରେମ ବିବାହ କରିଥିଲେ ।

ପ୍ରେମ ବିବାହକୁ ପରିବାର ଲୋକେ ବିରୋଧ କରିବାରୁ ଉଭୟେ ଲୁଧାପଲିର ଆର୍‌.ଏଣ୍ଡ୍.ଆର୍‌ କଲୋନିରେ ରହୁଥିଲେ । ଉଭୟଙ୍କ ମଧ୍ୟରେ ମଝିମଝିରେ ଗାଳି ଗୋଳମାଳ ହୋ ଅଙ୍ଗଦ ତାର ପତ୍ନୀ ସୁକାନ୍ତିକୁ ମାରପିଟ କରୁଥିଲା । ଗତ ୨୬ ତାରିଖ ଗୁରୁବାର ଦିନ ଚାଲ ଆମ ଘରକୁ ଯିବା ବାପା ଡାକିଛନ୍ତି ବୋଲି କହି କୁନ୍ତଲା କୁ ଅଙ୍ଗଦ ପଧାନପାଲି ଗ୍ରାମରେ ଥିବା ତାଙ୍କ ଘରକୁ ଡାକି ନେଇଥିଲା । ଘରେ ପହଞ୍ଚିଲା ପରେ ରାତିରେ କୁନ୍ତଲାର ଶଶୁର ସୌକିଲାଲ ମିର୍ଦ୍ଧା, ସ୍ୱାମୀ ଅଙ୍ଗଦ ମିର୍ଦ୍ଧା ଏବଂ ଅଙ୍ଗଦର ଭିଣୋଇ ଗଙ୍ଗାଧର ମିର୍ଦ୍ଧା କୁନ୍ତଲାକୁ ନିସ୍ତୁକ ମାଡ ମାରିଥିଲେ ଏବଂ  ହାତ ଗୋଡ ବାନ୍ଧି ମୁମୁର୍ଷ ଅବସ୍ଥାରେ ବାସୁପାଲି ଗ୍ରାମ ପାଖ ରାସ୍ତା କଡରେ ଫିଙ୍ଗି ଦେଇ ଥିଲେ ।

କତରବଗା ପଞ୍ଚାୟତର ସରପଞ୍ଚ ସୁକାନ୍ତ ସାହୁ ଏବଂ ତାଙ୍କ ସାଥୀ ମାନେ ରାସ୍ତାକଡରେ ଯୁବତୀ ପଡିଥିବାର ଦେଖି ଥାନାକୁ ଖବର ଦେଇଥିଲେ ।  ଖବର ପାଇଁ କତରବଗା ଥାନାର ଆଇଆଇସି ପ୍ରତାପ କୁମାର ରଣା ଘଟଣାସ୍ଥଳକୁ ପହଞ୍ଚି ମୁମୁର୍ଷୁ ଅବସ୍ଥାରେ ପଡିଥିବା ସୁକାନ୍ତିକୁ ଉଦ୍ଧାର କରି ରେଙ୍ଗାଲି ଡାକ୍ତରଖନାରେ ପ୍ରାଥମିକ ଚିକିତ୍ସା କରାଇବା ପରେ ସଦର ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ । ଏ ସଂକ୍ରାନ୍ତରେ ସୁକାନ୍ତି ଦେଇଥିବା ଏତଲା ଅଧାରରେ ସୁକାନ୍ତିର ସ୍ୱାମୀ ଅଙ୍ଗଦ ମିର୍ଦ୍ଧା, ଶ୍ୱଶୁର ସୌକିଲାଲ୍‌ ମିର୍ଦ୍ଧା ଏବଂ ଅଙ୍ଗଦ ଭିଣୋଇ ଗଙ୍ଗାଧର ମିର୍ଦ୍ଧାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିବାର ପ୍ରକାଶ ।

Comments are closed.