ଜେଏସଡବଲ୍ଲ୍ୟୁ ଭୁଷଣ କାରଖାନାରେ ଦୁର୍ଘଟଣା :ଜଣେ ମୃତ

ରେଙ୍ଗାଲି: ସମ୍ବଲପୁର ଜିଲାର ଠେଲକୋଲୋଇ ଠାରେ ପ୍ରତିଷ୍ଠିତ ଜେଏସଡବଲ୍ଲ୍ୟୁ ଭୁଷଣ କାରଖାନାରେ ଗତକାଲି ବୁଧବାର ରାତି ୨ଟା ସମୟ ରେ ଏସ୍ଏମ୍ଏସ୍ -୨ ରେ ଏକ ଦୁର୍ଘଟଣା ଘଟି ନିକୋଲସ୍ ସୁରିନ୍ (୩୦) ନାମକ ଜନୈକ ଠିକା କର୍ମଚାରୀଙ୍କ ମୃତ୍ୟୁ ହୋଇଥିବାର ପୁଳିସ ସୁତ୍ରରୁ ଜଣାପଡିଛି। ମୃତ ନିକୋଲସ୍ ଏ.କେ.ଏଣ୍ଟରପ୍ରାଇଜ୍ ନାମକ ଠିକା ସଂସ୍ଥା ଅଧିନ ହଟ୍ ମେଟାଲ୍ ଅପରେଟର ରୂପେ କାମ କରୁଥିଲେ। ବୁଧବାର ରାତି ରେ ସେ କାମ କରୁଥିବା ବେଳେ ହଠାତ୍ ଚେତାଶୁନ୍ୟ ହୋଇ ପଡି ଯାଇଥିଲେ। ତାଙ୍କୁ ଅଚେତନ ଅବସ୍ଥାରେ ବୁର୍ଲା ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ୍ୟୁର କାରଣ ଜଣା ପଡି ନାହିଁ। ମୃତ ନିକୋଲାସ୍ ଝାଡ଼ଖଣ୍ଡ ପ୍ରଦେଶ ଗୁମଲା ଜିଲାର କାମଦ୍ରା ର ବାସିନ୍ଦା ବୋଲି କୁହାଯାଉଛି।

Comments are closed.