ଜେଏସଡବ୍ଳୁ-ଭୁଷଣ ପକ୍ଷରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ଠେଲକୋଲୋଇ ଠାରେ ଥିବା ଜେ.ଏସ୍.ଡବ୍ଳୁ-ଭୁଷଣ ଷ୍ପିଲ୍ କମ୍ପାନୀ ପକ୍ଷରୁ ସଡକ ସୁରକ୍ଷା ସମ୍ବନ୍ଧିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କମ୍ପାନୀର ନିର୍ଦ୍ଦେଶକ ଅନିଳ ସିଂହଙ୍କ ନେତୃତ୍ବରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ କମ୍ପାନୀର ଉପ-ସଭାପତି (ପ୍ରଶାସନ) ଧନଞ୍ଜୟ ସିହ୍ନା ଠେଲକୋଲୋଇ ଆଇଆଇସି ବିଧୁଭୁଷଣ ମିଶ୍ର, ସେଫ୍ଟି ଏଣ୍ଡ୍ ଭିଜିଲାନ୍ସ ବିଭାଗ ର ଏ.ଭି.ପି.ଏମ୍.କେ ସିହ୍ନା, ଏଜିଏମ୍ ଶ୍ରେୟାନ୍ସ ଝା ଉପସ୍ଥିତ ଥିଲେ। ଏହି ଅବସର ରେ ଗାଡି ଚାଳକ ବିଶେଷତଃ ଭାରିଯାନ ଚାଳକ ମାନଙ୍କୁ ସୁରକ୍ଷିତ ଓ ନିରାପଦ ଗାଡି ଚାଳନା ତଥା ଗତି ନିୟନ୍ତ୍ରଣ ସଂକ୍ରାନ୍ତ ରେ ତାଲିମ ପ୍ରଦାନ କରାଯିବା ସହିତ ସଡକ ସୁରକ୍ଷା ଟ୍ରାଫିକ ନିୟମ ସମ୍ବନ୍ଧରେ ସଚେତନ କରାଯାଇଥିଲା।

Comments are closed.