ଝଡ ତୋଫାନ ଯୋଗୁଁ ପଣ୍ଡଲୋଇ ଗ୍ରାମରେ କ୍ଷୟକ୍ଷତି

ରେଙ୍ଗାଲି: ଗତ କାଲି ସଂଧ୍ୟାରେ ହୋଇଥିବା ଝଡତୋଫାନରେ ରେଙ୍ଗାଲି ବ୍ଳକ୍‌ ଅନ୍ତର୍ଗତ ପଣ୍ଡଲୋଇ ଗ୍ରାମର ୩/୪ଟି ପରିବାରର ଘର ଉପର ଛାତରେ ଲାଗିଥିବା ଆଜ୍‌ବେଷ୍ଟସ ଭାଙ୍ଗି ଚୁରମାର୍‌ ହୋଇଯାଇଛି । ତହାସହ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । କ୍ଷୟକ୍ଷତିର ଆକଳନ କରାଯାଇ କ୍ଷତିଗ୍ରସ୍ତ ପରିବାରଙ୍କୁ ଶୀଘ୍ର କ୍ଷତିପୂରଣ ତଥା ସହାୟତା ଯୋଗାଇଦେବାକୁ ନିସାନଭଙ୍ଗା ପଞ୍ଚାୟତର ସରପଞ୍ଚ ସରୋଜ କୁମାର ମେହେର ତହସିଲଦାରଙ୍କ ନିକଟରେ ଦାବି କରିଛନ୍ତି । ରେଙ୍ଗାଲିର ବରିହ୍‌ଠ ନାଗରିକ ପରିଷଦ ପକ୍ଷରୁ ମଧ୍ୟ କ୍ଷତିଗ୍ରସ୍ତ ପରିବାର ବର୍ଗଙ୍କୁ କ୍ଷତିପୂରଣ ସହାୟତା ପ୍ରଦାନ ପାଇଁ ଦାବି କରାଯାଇଛି ।

Comments are closed.