ପଣ୍ଡଲୋଇ ପାଖରେ ଟ୍ରକ୍ ଦୁର୍ଘଟଣା :୧ ମୃତ

ରେଙ୍ଗାଲି:ଆଜି ଅପରାହ୍ନ ରେ ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟରାଜପଥର ପଣ୍ଡଲୋଇ ପାଖରେ ଏକ ମାଲବାହୀ ଟ୍ରକ୍ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଘଟଣା ସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣକ ଡ୍ରାଇଭର ନା ହେଲପର୍ ଜଣା ପଡିନାହିଁ। ଟ୍ରକଟି ଶ୍ୟାମ୍ ମେଟାଲିକ୍ସରୁ ପିଗ୍ ଆଇରନ୍ ବୋଝେଇ କରି ଜେଏସଡବ୍ଲ୍ୟୁ ଭୂଷଣ କାରଖାନାକୁ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ଥିଲା। ଖବର ପାଇ ରେଙ୍ଗାଲି ପୁଳିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀର ଜବତ କରି ପଞ୍ଚନାମା କଲା ପରେ ବ୍ଯବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛି। ମୃତ ବ୍ଯକ୍ତିର ପରିଚୟ ଜଣା ପଡିନାହିଁ।

Comments are closed.