ଠେଲକୋଲୋଇରେ ରକ୍ତଦାନ ଶିବିର

ରେଙ୍ଗାଲି : ସମ୍ବଲପୁର ପୁଲିସ ଏବଂ ଜେ ଏସ୍ ଡବ୍ଲୁ-ଭୂଷଣ କମ୍ପାନୀର ମିଳିତ ଉଦ୍ୟମରେ ଠେଲକୋଲଇ ସ୍ଥିତ ଜେ.ଏସ୍.ଡବ୍ଳୁ -ଭୁଷଣ କାରଖାନା ପରିସରରେ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।ଗ୍ରୀଷ୍ମ ପ୍ରବାହ ଯୋଗୁଁ ଉଭୟ ବୁର୍ଲା ଏବଂ ଜିଲ୍ଲା ଡାକ୍ତରଖାନା ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଦେଖିବାକୁ ମିଳିଛି। ତେଣୁ ରକ୍ତର ଅଭାବ ଦୂରୀକରଣ ପାଇଁ ଠେଲକୋଲୋଇ ଥାନାର ପ୍ରୟାସରେ ମୋ ସରକାର ୫ଟି ସେଲ୍ ସମ୍ବଲପୁର ଦ୍ଵାରା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଏହି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଏହି ଶିବିରକୁ ମିଳିତ ଭାବରେ ଉମେଶ ରାୟ (ସି ଇ ଓ) ଏବଂ ଆଇ ଆଇ ସି ବିଧୁ ଭୂଷଣ ମିଶ୍ର ଉଦ୍ଘାଟନ କରିଥିବା ବେଳେ ଧନଞ୍ଜୟ କୁମାର ସିହ୍ନା ଜେ.ଏସ୍.ଡ.ବ୍ଳୁ ର (ଭି.ପି ଆଡମିନ),ମନୋଜ କୁମାର ସିଂହ (ସିକ୍ୟୁରିଟୀ ହେଡ୍),ଡାକ୍ତର ସୁଧ।ମୟ ନାୟକ, ଡାକ୍ତର ରବିଶଙ୍କର ଚୌଧୁରୀ,ଡାକ୍ତର ଅଖିଳ ମିଶ୍ର,ଡାକ୍ତର ଟେକ୍ ଚାନ୍ଦ ପଟେଲ,ଶିବ ସିଂହ ର।ବତ୍ ଏବଂ ବି ବି ସିଂ ଉପସ୍ଥିତ ଥିଲେ । ଏହି ଶିବିରରେ ସର୍ବମୋଟ ୨୭୧ ୟୁନିଟ ରକ୍ତ ସଂଗ୍ରହ କରା ଯାଇଛି । ଏହି ଶିବିରକୁ ବୁର୍ଲା ରକ୍ତ ଭଣ୍ଡାରର ଦେବାଶିଷ ମିଶ୍ର, ମଣ୍ଟୁ ପ୍ରଧାନ ଜିଲ୍ଲା ରକ୍ତଭଣ୍ଡାରର ଡାକ୍ତର କଳ୍ପେଶ କକ୍କଡ,ସନ୍ତୋଷ ଗଉଡ ଏବଂ ଅନ୍ୟ କର୍ମଚାରୀ ମାନେ ପରିଚାଳନା କରିଥିଲେ । ହାବିଲଦାର ଏବଂ କନେଷ୍ଟବଳ ଶାଖା ସଂଘ ସଭାପତି ରାମଦାସ ପଣ୍ଡାଙ୍କ ସଂଯୋଜନାରେ ଏହି ଶିବିର ଆୟୋଜନ କରାଯାଇଥିଲା । ଠେଲକୋଲଇ ଥାନାର ସମସ୍ତ କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ । ପ୍ରବଳ ଖରା ସତ୍ତ୍ୱେ ଜେ ଏସ ଡବ୍ଲୁ କମ୍ପାନୀର କର୍ମଚାରୀ ମାନେ ରକ୍ତଦାନ କରିଥିବାରୁ ଆଇ ଆଇ ସି ଵିଧୁ ଭୂଷଣ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ୍ ପ୍ରଦାନ କରିଛନ୍ତି । ରକ୍ତ ଅଭାବରେ କାହାରି ଜୀବନ ନ ଯାଉ ଏହା ହିଁ ସମ୍ବଲପୁର ପୁଳିସର ଉଦେଶ୍ୟ । ପୁଳିସର ଏହି ଶିବିରକୁ ଜନସାଧାରଣ ତଥା ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

Comments are closed.