ଲଇଡାରେ ଅଘରିଆ ସମାଜର ରାଜ୍ୟସ୍ତରୀୟ ପ୍ରତିନିଧି ସମ୍ମିଳନୀ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ଲଇଡା ସ୍ଥିତ ରାଜୀବ ଭବନ ପରିସରରେ ଆଜି ଅଖିଳ ଭାରତୀୟ ଅଘରିଆ ସମାଜର ରାଜ୍ୟସ୍ତରୀୟ ପ୍ରତିନିଧି ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ନରେଶ କୁମାର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀର ସଂଗଠନକୁ ମଜବୁତ କରିବା, ମହାସଭା ଗଠନର ଏକ ଶତ ବର୍ଷ ପୂର୍ତ୍ତିର ଉଦଯାପନୀ ଉତ୍ସବ ପାଳନ, ସଂଗଠନରେ ଏକତା ପ୍ରତିଷ୍ଠା ଏବଂ ଖାଲିଥିବା ପଦବୀ ପୂରଣ ଆଦି ସମ୍ପର୍କରେ ଆଲୋଚନା କରାଯାଇ ପ୍ରସ୍ତାବ ଗୃହିତ ହୋଇଛି। ସାଙ୍ଗଠନିକ ସଂପାଦକ ସୁବାସ ଚନ୍ଦ୍ର ନାୟକ, ପୂର୍ବତନ ସଭାପତି ଗଙ୍ଗାଧର ନାୟକ, ପୂର୍ବତନ ଉପସଭାପତି କୈଳାସ ବିହାରୀ ଚୌଧୁରୀ, ସାଧାରଣ ସମ୍ପାଦକ ଦିଲ୍ଲୀପ ପଟେଲ, ଯୁବ ସଭାପତି ଯଶୋବନ୍ତ ପଟେଲ, ଉପ ସଭାପତି ନରେଶ ପଟେଲ, ନିର୍ବାଚନ ସହ ଅଧିକାରୀ ବିହାରୀ ଲାଲ ପଟେଲ, ଗାଙ୍ଗପୁର ଅଞ୍ଚଳ ସଭାପତି ପ୍ୟାରୀ ମୋହନ ପଟେଲ, ପୂର୍ବତନ ମହିଳା ସଭାନେତ୍ରୀ କଲ୍ୟାଣୀ ପଟେଲ ପ୍ରମୁଖ ଆଲୋଚନାରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ପ୍ରାରମ୍ଭରେ ଲଇଡା ଅଂଚଳ ସଭାପତି ପ୍ରଜ୍ବଳ ପଟେଲ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ରାଜ୍ୟ ସମ୍ପାଦକ ସନାତନ ନାୟକ ବିବରଣୀ ପଠନ ଓ ସହ ସମ୍ପାଦକ ସୁବୋଧ ପଟେଲ ସଭାକୁ ସଂଚାଳନ କରିଥିଲେ । ରାଜ୍ୟ ସମ୍ମିଳନୀ ପାଇଁ ଗଠିତ ଅଭ୍ୟର୍ଥନା କମିଟିର କର୍ମକର୍ତ୍ତା ଗଣଙ୍କର ଅଭିମତ ନେଇ ନଭେମ୍ବର ପ୍ରଥମ ସପ୍ତାହରେ ଲଇଡା ଧାମଠାରେ ଶତବର୍ଷିକୀ ଉଦଯାପନ ତଥା ରାଜ୍ୟ ମହାସମ୍ମିଳନୀ କରାଯିବାକୁ ସ୍ଥିର କରାଯାଇଥିଲା । ଶେଷରେ ସଂଗଠନ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ସମିଳନୀର ନିଷ୍କର୍ଷ ପ୍ରଦାନ ସହ ସମସ୍ତଙ୍କୁ ଧନ୍ୟଵାଦର୍ପଣ କରିଥିଲେ । ଏହି କାର୍ୟ୍ୟକ୍ରମକୁ ସୁଶାନ୍ତ ପଟେଲ, ଶୋଷିତ ନାୟକ ଓ ଲଇଡାଗୁଡିର କର୍ମକର୍ତ୍ତାଗଣ ଆୟୋଜନ କରିଥିଲେ ।

Comments are closed.