କର୍ମକ୍ଷେତ୍ରରେ କାରଖାନା ଅଧିକାରୀଙ୍କ ମୃତ୍ୟୁ; ପତ୍ନୀ ଆଣିଲେ ହତ୍ୟା ଅଭିଯୋଗ

ରେଙ୍ଗାଲି: ରେଙ୍ଗାଲି ନିକଟସ୍ଥ ପଣ୍ଡଲୋଇ ଗ୍ରାମ ପାଖରେ ଥିବା ଶ୍ୟାମ୍‌ ମେଟାଲିକ୍ସ କାରଖାନାର ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଅପରେଶନ୍‌ ବିଭାଗରେ ସିଫ୍ଟ୍‌ ଇନ୍‌ଚାର୍ଜ ରୁପେ କାମ କରୁଥିବା ଦୀପକ କୁମାର ସାହୁଙ୍କ ଗତ ୧୩ ତାରିଖ ଦିନ କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏନେଇ ଦୀପକଙ୍କ ଧର୍ମପତ୍ନୀ ଜୟନ୍ତୀ ସାହୁଙ୍କୁ  ଦୀପକଙ୍କ ସହକର୍ମୀ ଅପରାହ୍ନ ୨ଟା ସମୟରେ ଟେଲିଫୋନ୍‌ ମାଧ୍ୟମ ରେ ସୂଚନା ଦେଇଥିଲେ । ତେବେ ତାଙ୍କ ସ୍ୱାମୀଙ୍କୁ ହତ୍ୟା କାରଯାଇ ଦୁର୍ଘଟଣାର ରୂପ ଦିଆଯାଉଛି ବୋଲି ମୃତ ସିପ୍ଟ ଇନ୍‌ଚାର୍ଜ ଦୀପକଙ୍କ ପତ୍ନୀ ଜୟନ୍ତୀ ସାହୁ ରେଙ୍ଗାଲି ଥାନାରେ ଅଭିଯୋଗ କରିଛନ୍ତି । ଜୟନ୍ତୀଙ୍କ ଅଭିଯୋଗ ପରେ ଏହି ଘଟଣା ଭିନ୍ନ ମୋଡ ନେଇଛି । ଏସଂକ୍ରାନ୍ତରେ  ରେଙ୍ଗାଲି ଥାନା କେସ୍‌ ନଂ ୬୬/୨୨ ଦଫା ୩୦୨ /୩୪ ଆଇପିସିରେ ମାମାଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଧବଳେଶ୍ୱର ସାହୁ କହିଛନ୍ତି । ଇତି ମଧ୍ୟରେ ସାଇନ୍‌ଟିଫିକ୍‌ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରି ଅନୁସନ୍ଧାନ କରିଥିବା ପ୍ରକାଶ ପାଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଘଟଣାର ଅଧିକ ତଥ୍ୟ ଜଣାପଡିବ ବୋଲି ଆଇଆଇସି ଶ୍ରୀ ସାହୁ କହିଛନ୍ତି । ମୃତ ଦୀପକ କୁମାର ସାହୁ ଯାଜପୁର ଜିଲ୍ଲା ସୁକିନ୍ଦାୟର ବାସିନ୍ଦା ବୋଲି ଜଣାପଡ଼ିଛି  । ସେ ତାଙ୍କ ପରିବାର ସହ ରେଙ୍ଗାଲି ନିକଟସ୍ଥ ଝୁରିପଡା ରେ ରହୁଥିଲେ । ଗତ ୧୦ ବର୍ଷ ହେଲା ସେ ଶ୍ୟାମ ମେଟାଲିକ୍ସ କାରଖାନାରେ କାମ କରୁଥିଲେ ବୋଲି ଜଣାପଡିଛି ।

Comments are closed.