ଲଇଡା କଲେଜରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‍ଘାଟିତ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକର ଲଇଡା ଠାରେ ଥିବା ଦୁତିକା ସାହୁ ମହାବିଦ୍ୟାଲୟରେ ଆତ୍ମରକ୍ଷା ତାଲିମ ଶିବିର ଆରମ୍ଭ ହୋଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ବସନ୍ତ କୁମାର ନାଏକ ଏହି ଶିବିରକୁ ଉଦ୍‍ଘାଟନ କରିଛନ୍ତି। ଅଧ୍ୟକ୍ଷ ଡ.ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଅଧ୍ୟାପକ ସିରାଜୁଲ୍‍ ହକ୍‍, ଅଧ୍ୟାପକ ଜୟନରାୟଣ ଶତପଥୀ, ଅଧ୍ୟାପକ ପ୍ରଫୁଲ୍ଲ କୁମାର ଭୋଇ, ଅଧ୍ୟାପିକା ମଧୁମିତା ମିଶ୍ର ଏବଂ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ମାଷ୍ଟର ଟ୍ରେନର୍‍ ଶୁଭଲକ୍ଷ୍ମୀ ପଣ୍ଡା ମଞ୍ଚାସୀନ ଥିଲେ। ବକ୍ତାମାନେ ଜୀବନରେ ଆତ୍ମରକ୍ଷା କୌଶଳ ର ଆବଶ୍ୟକତା ଏବଂ ଏହାର ଉପକାରିତା ଉପରେ ବକ୍ତବ୍ୟ ରଖିଥିଲେ। ଅଧ୍ୟାପିକା ମଧୁମିତା ମିଶ୍ରଙ୍କ ତତ୍ୱାବଧାନରେ ପରିଚାଳିତ ଏହି ଶିବରରେ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ମାଷ୍ଟର ଟ୍ରେନର୍‍ ଶୁଭଲକ୍ଷ୍ମୀ ପଣ୍ଡା ଆତ୍ମରକ୍ଷାର ବିଭିନ୍ନ କୌଶଳ ଉପରେ ତାଲିମ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

Comments are closed.