ଲଇଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ମେଗା ସ୍ୱାସ୍ଥ୍ୟମେଳା ପାଇଁ ପ୍ରସ୍ତୁତି

ରେଙ୍ଗାଲି: ଲଇଡା ଠାରେ ଥିବା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ନାଉରି ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଲଇଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଡ୍ରେସିଂ ରୁମ୍‍, ଲେବର୍‍ ରୁମ୍‍, ଡେଣ୍ଟାଲ୍‍ ରୁମର ନବୀକରଣ ଏବଂ ବର୍ଷାପାଣି ଲିକେଜକୁ ପ୍ରତିହତ କରିବାକୁ ସମ୍ପୃକ୍ତ କୋଠରି ଗୁଡିକର ଛାତ ଉପରେ ସେଡ୍‍ ତିଆରି କରାଯିବାକୁ ନିଷ୍ପତ୍ତି ନିଅଯାଇ ପ୍ରସ୍ତାବ ଗୃହୀତ ହୋଇଥିବା ବେଳେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରବେଶ ତୋରଣ ନିର୍ମାଣ ସକାଶେ ପ୍ରସ୍ତାବ ଦିଆଯାଇଥିଲା।

ଏହା ବୀତୀତ ଚଳିତ ମାସ ୨୧ ତାରିଖ ଦିନ ରେଙ୍ଗାଲିରେ ହେବାକୁ ଥିବା ମେଗା ସ୍ୱାସ୍ଥ୍ୟମେଳାକୁ କିପରି ସଫଳ କରାଯାଇ ପାରିବ ସେ ସଂକ୍ରାନ୍ତରେ ଆଲୋଚନା କରଯାଇଥିଲା। ମେଗା ସ୍ୱାସ୍ଥ୍ୟମେଳା ଆୟୋଜନ ପାଇଁ ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରଓାଲାଙ୍କ ସଭାପତିତ୍ୱରେ ଏକ କମିଟି ଗଠନ କରାଯାଇ ପ୍ରସ୍ତୁତି ବୈଠକ କରି ଏଥିରେ ଅଧିକରୁ ଅଧିକ ଲୋକେ କିପରି ଉପକୃତ ହେବେ ଏହାର ପ୍ରଚାର ପ୍ରସାର ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ନିଅଯାଇଥିଲା।

Comments are closed.