ରେଙ୍ଗାଲି ପଞ୍ଚାୟତ ସମିତିର ପ୍ରଥମ ବୈଠକ

ରେଙ୍ଗାଲି: ରେଙ୍ଗାଲି ବ୍ଲକ ସମ୍ମିଳନୀ କକ୍ଷରେ ରେଙ୍ଗାଲି ପଞ୍ଚାୟତ ସମିତିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧ୍ୟକ୍ଷ ସତ୍ୟନାରାୟଣ ଅଗ୍ରଓାଲାଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ବୈଠକ ରେ ବିଧାୟକ ନାଉରି ନାଏକ, ସାଂସଦ ପ୍ରତିନିଧି ଯୁଗଳକିଶୋର ଅଗ୍ରଓାଲା, ଜିଲ୍ଲା ପରିଷଦ ଜୋନ୍‍(୧) ସଭ୍ୟା ଚୋଳଶ୍ରୀ ମହାନନ୍ଦ, ଜୋନ୍‍ (୨) ଜିଲ୍ଲା ପରିଷଦ ସଭ୍ୟ ଦେନାରାୟଣ ତିଓାରୀ, ବିଡିଓ ଶଙ୍କର ପ୍ରସାଦ ସାହୁ, ଜି.ପି.ଓ ମୋନିକା ବହିଦାର, ଲଇଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକ୍ଷକ ଡା.ଆଷିଷ ମାଝି ତଥା ବିଭିନ୍ନ ବିଭାଗର ଅଧିକାରୀ ଏବଂ ବ୍ଲକର ସମସ୍ତ ନବନିର୍ବାଚିତ ସମିତି ସଭ୍ୟ ଏବଂ ସରପଞ୍ଚ ଯୋଗ ଦେଇଥିଲେ। ପ୍ରାରମ୍ଭ ରେ ଉପସ୍ଥିତ ସଭ୍ୟମାନେ ପରିଚୟ ପ୍ରଦାନ କରିଥିଲେ। ଏହାପରେ କୃଷି, ନିର୍ମାଣ କାର୍ଯ୍ୟ, ପିଡିଏସ୍‍, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିଭାଗକୁ ନେଇ ୭ଟି ସ୍ଥାୟୀ କମିଟୀ ଗଠନ କରାଯାଇଥିଲା। ବୈଠକରେ ବ୍ଲକର ବିଭିନ୍ନ ଅଞ୍ଚଳରେ ଦେଖା ଦେଇଥିବା ପାନୀୟ ଜଳ ସମସ୍ୟା ନିରାକରଣ ଉପରେ ଅଲୋଚନା କରାଯାଇ ପ୍ରସ୍ତାବ ଗୃହୀତ କରାଯାଇଥିବା ପ୍ରକାଶ।

Comments are closed.