ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ

ରେଙ୍ଗାଲି: ରେଙ୍ଗାଲି ନୂଆଁରମ୍ପାଲା ସ୍ଥିତ ସୁରଜମଲ୍ ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କ ପାଇଁ ଚାଲିଥିବା ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଯାପିତ ହୋଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ମନୋଜକୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଅଧ୍ୟାପକ ଡ.ନରେଶ ଅଗ୍ରଓାଲା ଛାତ୍ରୀ ମାନଙ୍କୁ ଉଦ୍‌ବୋଧନ ଦେଇ ଶୃଙ୍ଖଳା, କର୍ତ୍ତବ୍ୟ ପରାୟଣତା ଓ ବ୍ୟକ୍ତିତ୍ୱର ବିକାଶ ତଥା ସଫଳତାର ଚାବିକାଠି ବୋଲି ମତବ୍ୟକ୍ତ କରିଥିଲେ । ଛାତ୍ରୀ ମାନେ ଦୃଢମନୋବଳ ଆତ୍ମନିର୍ଭର ହୋଇ ସ୍ୱୟଂ ସମ୍ପୂର୍ଣ୍ଣ ହେବାକୁ  ଅଧ୍ୟକ୍ଷ ଡ.ପଣ୍ଡା ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ତାଲିମ ଶିବିରରେ ଆତ୍ମରକ୍ଷା ତାଲିମ ଗ୍ରହଣ କରିଥିବା ୧୬୦ ଜଣ ଛାତ୍ରୀଙ୍କୁ ଅଧ୍ୟକ୍ଷ ଡ.ପଣ୍ଡା ମାନପତ୍ର ପ୍ରଦାନ କରିଥିଲେ । ସପ୍ତାହବ୍ୟାପି ଚାଲିଥିବା ଏହି ଶିବିରରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟଳୟର ବୃନ୍ଦାବତୀ ମୁଣ୍ଡା ଛାତ୍ରୀ ମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ କୌଶଳ ସଂକ୍ରାନ୍ତରେ ତାଲିମ ଦେଇଥିଲେ । ଯୁକ୍ତ ଦୁଇ ଛାତ୍ରୀ ବିଭାଗର ସଂଯୋଜକ ଅଧ୍ୟାପିକା ଲିଲି ଦାସ ଏବଂ ମହାବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ପ୍ରଶାନ୍ତ ମାହାଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଶିବିର ପରିଚାଲିତ ହୋଇଥିଲା ।

Comments are closed.