ବିଜ୍ଞାନ ମେଳାରେ ପ୍ରଦର୍ଶିତ ହେଲା ୭୫ ପ୍ରକଳ୍ପ

ରେଙ୍ଗାଲି: ରେଙ୍ଗାଲି ସ୍ଥିତ ନୂଆଁରମ୍ପେଲା ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଳକସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି । ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନରେ ସମଗ୍ର ଶିକ୍ଷା ବିଭାଗର ଆହ୍ୱାନ କ୍ରମେ ରେଙ୍ଗାଲି ବ୍ଳକ୍ ସ୍ତରୀୟ ବିଜ୍ଞାନମେଳା କମିଟି ପକ୍ଷରୁ ଆୟୋଜିତ ଏହି ବିଜ୍ଞାନ ମେଳାକୁ ରେଙ୍ଗାଲି ବ୍ଳକ୍ ଉନ୍ନୟନ ଅଧିକାରୀ ଶଙ୍କର ପ୍ରସାଦ ସାହୁ ଉଦଘାଟନ କରିଥିବା ବେଳେ ବ୍ଳକ୍ ଶିକ୍ଷା ଅଧିକାରୀ ଜୀବନକିଶୋର ବରୁଆ ସଭାପତିତ୍ୱ କରିଥିଲେ । ନୂଆରମ୍ପେଲା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃପାସିନ୍ଧୁ  ପ୍ରଧାନ, ରେଙ୍ଗାଲି ସରପଞ୍ଚ ଚିତ୍ତରଞ୍ଜନ ବାଗ, ଏବିଇଓ ମହେନ୍ଦ୍ର ବାଗ ଏବଂ ଋକ୍ମଣ ପ୍ରଧାନ ମଞ୍ଚାସୀନ ଥିଲେ । ଶିକ୍ଷକ ତଥା ଗବେଷକ ଡ.ଗୌରିଦାସ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ । ନୂଆରମ୍ପେଲା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ ।

ପ୍ରାଦ୍ୟୋଗିକ ଏବଂ ଖେଳଣା ବିଷୟକୁ ଅଧାର କରି ଏହି ବିଜ୍ଞାନ ମେଳା ଅୟୋଜିତ ହୋଇଥିଲା । ଏଥିରେ ରେଙ୍ଗାଲି ବ୍ଳକ୍ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟରୁ ୭୫ଟି ପ୍ରକଳ୍ପ ସ୍ଥାନିତ ହୋଇଥିଲା । ଅଧାରିତ ବିଷୟକୁ ପରିବେଶ ଅନୁକୂଳ ସାମଗ୍ରୀ, ଆପ୍ସ , ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା, ପରିବହନ ଆଦି ୪ ଭାଗରେ ବିଭକ୍ତ କରାଯାଇ ସ୍ଥନିତ ହୋଇଥିଲା । ସିନିୟର, ଜୁନିୟର ଏବଂ ସବ୍ ଜୁନିୟର ଆଦି ୩ଟି ବର୍ଗର ଛାତ୍ର/ଛାତ୍ରୀ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଅଧ୍ୟାପକ ଡ.ନରେଶ ଅଗ୍ରଓାଲା, ପ୍ରତିକ୍ଷା ଦାସ, ପ୍ରମୋଦ କୁମାର ପଟେଲ, ପ୍ରଶାନ୍ତ କୁମାର ପାଟ୍ଟଯୋଷୀ, ସରୋଜକାନ୍ତ ରାୟ ଏବଂ ଲିପ୍‌ସାରାଣି ବାଗ ବିଚାରକ ରୂପେ ଯୋଗ ଦେଇଥିଲେ ।

ଶେଷରେ ଡକ୍ଟର ଗୌରିଦାସ ପ୍ରଧାନଙ୍କ ସଂଯୋଜନାରେ ପରିଚାଳିତ ଉଦ୍‌ଯାପନି ଉତ୍ସବରେ ଆଦିଦ୍ୟ ଆଲୁମିନାର ସିଏସ୍‌ଆର୍  ବିଭାଗ ମୁଖ୍ୟ ସ୍ବେତା ଉପାଧ୍ୟାୟ ମୁଖ୍ୟ ଅତିଥି ଏବଂ ଜେଏସ୍ ଡବ୍ଳୁ-ଭୁଷଣ ଷ୍ଟିଲ୍ କାରଖାନାର ବରିଷ୍ଠ ଅଧିକାରୀ ପିୟୁଷ ବାବୁ, ଏବିଇଓ ମହେନ୍ଦ୍ର ବାଗ ସମ୍ମାନିତ ଅତିଥି ରୂପେ ଯୋଗଦେଇ ସିନିୟର, ଜୁନିୟର ଏବଂ ସବ୍‌-ଜୁନିୟର ବର୍ଗରେ ଉତ୍କଷ୍ଟ ପ୍ରକଳ୍ପ ବିବେଚିତ ହୋଇ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।

Comments are closed.